ମହାକାଳପଡା, ଆମ ଓଡ଼ିଶା” ଖବର” ତହସିଲଦାର ଓଏଏସ ଶିବ ମଲ୍ଲିକ, ଲାଞ୍ଚ ନେଇ ଗତ ମାସରେ ଗିରଫ ହୋଇ ଜାମିନରେ ଆସିଛନ୍ତି।ଭିଜିଲାନ୍ସର ତଦନ୍ତ ସରିନାହିଁ, ତହସିଲଦାର ବାବୁଙ୍କ ପ୍ରକୃତ ତଥ୍ଯ ଭିଜିଲାନ୍ସକୁ ହସ୍ତାନ୍ତର କରିନାହାଁନ୍ତି। ସେହି ପ୍ରକ୍ରିୟାକରଣରୁ ଦିତିୟଥର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ତଥା ଓଏଏସ୍ ଅଫିସର ଶିବ ମଲ୍ଲିକଙ୍କୁ ପୁଣି ଥରେ ଭିଜିଲାନ୍ସ ଗିରଫ କରିଛି। ତହସିଲଦାର ଆୟବହିର୍ଭୂତ ସଂପତ୍ତି ଠୁଳ କରିଥିବା ସତ୍ୟ ଘଟଣା ଭିଜିଲାନ୍ସକୁ ଦର୍ଶାଇ ପାରିନାହାଁନ୍ତି। ଦିତିୟଥର ଭିଜିଲାନ୍ସ ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରି ଆଜି ତାଙ୍କୁ ପୁଣି ଗିରଫ କରି କୋର୍ଟ ଚାଲାଣ କରିଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଓଏଏସ୍ ଅଫିସର ଶିବ ମଲ୍ଲିକ ତାଙ୍କ ଆୟଠାରୁ ୧୯୦% ଅଧିକ ସଂପତ୍ତି ଠୁଳ କରିଛନ୍ତି। ତାର ପ୍ରକୃତ ହିସାବ ଭିଜିଲାନ୍ସକୁ ଦେଇ ପାରିନଥିଲେ। ତାଙ୍କର ୪ଟି କୋଠା ଘର ସହିତ ୭ଟି ଦାମୀ ପ୍ଲଟ୍ ଅଛି। ସେ ୧୮ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧.୫୪ ଲକ୍ଷ ଟଙ୍କା ମିଳିଥିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l