ବଡମ୍ବା, “ଆମ ଓଡ଼ିଶା ଖବର” କୁଖ୍ୟାତ ଆସାମୀ ପୋଲିସର ନିଷ୍କ୍ରିୟତା ପାଇଁ, ପୋଲିସର ହେପାଜତରୁ ଫେରାର ହୋଇଗଲା। ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣରହିଛି। ବଡମ୍ବା ପୋଲିସ ଆସାମୀର ସ୍ୱାସ୍ଥ୍ୟଗତ ପରୀକ୍ଷା କରାଇବାପାଇଁ ମେଡ଼ିକାଲ ନେଉ ଥିବା ବେଳେ ୱାରେଣ୍ଟ ଆସାମୀ ଫେରାର ହୋଇଗଲା। ୱାରେଣ୍ଟ ଆସାମୀ ଜଣକ ବଡମ୍ବା ହାଟର ଶେଷଦେବ ସାହୁ ବୋଲି ଜଣାପଡିଛି। କୌଣସି ଏକ ମାମଲାରେ ୱାରେଣ୍ଟ ଘୋଷଣା ହୋଇ ମେଡିକାଲ ପରୀକ୍ଷା ପରେ ଜେଲ ଯାଇଥାନ୍ତା, ତାହା ହୋଇ ପାରା ନାହିଁ, ପୋଲିସର ହୁଗୁଳା ସୁରକ୍ଷା ଯୋଗୁ। ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ଉପୁଜୁଛି, ୱାରେଣ୍ଟ ଆସାମୀକୁ ନେଉଥିବା ପୋଲିସର ସହୋଯାଗ ନାହିଁତ? ଏଭଳି ଅସମ୍ଭବ ଅବସ୍ଥା ପୋଲିସର ନିଷ୍କ୍ରିୟତା ଉପରେ ସନ୍ଦେହ କରାଯାଉଛି ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।