ଟାଙ୍ଗୀ (ଆମ ଓଡ଼ିଶା ଖବର )ରାଜନୀତି ପାଣିପାଗ ପୁରାପୁରି ସରଗରମ ରହିଛି । ଆଉ ଦିନ କେଇଟା ପରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ସବୁକିଛି ରେଡ୍ଡୀ ରହିଛି । ନେତା ରେଡ୍ଡୀ , ଭୋଟର ମଧ୍ୟ ରେଡ୍ଡୀ ଅଛନ୍ତି । ଭୋଟ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନିତ ହୋଇଥିବା ମତଦାନ କେନ୍ଦ୍ର ମଧ୍ୟ ରେଡ୍ଡୀ ଅଛି । ଏହାରି ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ଏକଦମ୍ ରେଡ୍ଡୀ ଅଛନ୍ତି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଅନ୍ୟପଟରେ ମତଦାନ କେନ୍ଦ୍ର କେଉଁ କେଉଁ ସ୍ଥାନରେ ରହିଛି , ପାରିପାର୍ଶ୍ବିକ ସ୍ଥିତି କିଭଳି ରହିଛି ଏବଂ ବିକଳ୍ପ ପନ୍ଥା କ’ଣ ଅବଲମ୍ବନ କରାଯାଇ ପାରିବ ତାହାରି ଉପରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ମୁଖିଆ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ବିଭିନ୍ନ ମତଦାନ ପରିଦର୍ଶନ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସହିତ ବାଲୁଗାଁ SDPO ଶୁଭ୍ରାଂଶୁ ମିଶ୍ର , ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ସମେତ ଟାଙ୍ଗୀ ଥାନାର ଏକ ସ୍ପେଶାଲ ଟିମ୍ ସାମିଲ ହୋଇଥିଲେ । ନିରପେକ୍ଷ ଓ ଭୟମୁକ୍ତ ମତଦାନ ପାଇଁ ଟାଙ୍ଗୀ ପୋଲିସ ସମସ୍ତ ମତଦାତା ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଗଣମାଧ୍ୟମ କୁ କହିଛନ୍ତି ।
ମତଦାନ କେନ୍ଦ୍ର ଯାଞ୍ଚ କଲା ପୋଲିସ ପ୍ରଶାସନ l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।