ବାଣପୁର (ଆମ ଓଡ଼ିଶା ଖବର )ଆଜିର ବ୍ୟସ୍ତ ବହୁଳ କାର୍ଯ୍ୟଧାରାରୁ କିଛି ସମୟ ବାହାର କରି । ଏହି ଉକ୍ତିକୁ ପ୍ରତିପାଦିତ କରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପକାରାଗାରରେ କାରାଗାରର ଅନ୍ତେବାସୀ ଙ୍କୁ ନେଇ ଏକ ଦିନିକିଆ ପ୍ରାଥମିକ ଉପଚାର ବା ଆସୁ ଚିକିତ୍ସା ତାଲିମ ର ଆୟୋଜନ କରାଯାଇଥିଲା। ଅନ୍ତେବାସୀ ମାନେ ଅତି ଉତ୍ସାହ ସହକାରେ ଶିବିରରେ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରି ଅନୁଭବ କରିଥିଲେ ପ୍ରାଥମିକ ଚିକିତ୍ସା ବା ଆସୁ ଚିକିତ୍ସା ଦ୍ୱାରା ମନୁଷ୍ୟ ତା ଜୀବନର ସଚେତନ ହେବାଶହ ଅନ୍ୟକୁ ସେବା କରିପାରିବ ତାହା ସଚେତନତା କାର୍ଯ୍ୟକ୍ରମରେ ସଚେତନ କରାଯାଇଥିଲା l
ଏହି କର୍ମଶାଳା ଅବସରରେ ଅଂଶଗ୍ରହଣ କରିଥିବା ସମସ୍ତ ଅନ୍ତେବାସୀ ଏକ ଆଦର୍ଶ ଓ ସଚେତନତା ପାଇଁ ସଂକଳ୍ପ ମଧ୍ୟ ନେଇଥିଲେ। ଉକ୍ତ କର୍ମଶାଳା ର କାରାପାଳ ଶ୍ରୀଜଗତ ବିହାରୀ ରାଉତରାୟ ଓ ସହକାରାପାଳ ଶ୍ରୀ କାଁହୁ ଚରଣ ମଲ୍ଲ,ଙ୍କ ତତ୍ୱାବଧାନରେ ଚାଲିଥିବା ବେଳେ ,ସମାଜସେବୀ ତଥା ଆଜୀବନ ସଭ୍ୟ (ସେଣ୍ଡ ଜନ ଆମ୍ବୁଲାସ ) ର ତାଲିମ ଦାତା ଅନନ୍ତ ଚରଣ ଖଟେଇ ଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଗଲା ପରିଶେଷରେ ସଂମାନ୍ନୀତ ଅତିଥି ଗଙ୍ଗାଧର ମହାପାତ୍ର ପ୍ରଧାନ ଶିକ୍ଷକ ସାନହନ୍ତୁଆଡ଼ ସରକାରୀ ସ୍କୁଲ, ସାମ୍ବାଦିକ ଅଶୋକ କୁମାର ଜେନା,ଯୋଗଦାନ ଦେଇଥିଲେ l
More Stories
ସାମ୍ବାଦିକମାନଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର l
ଚିଲିକା ରିପୋର୍ଟର୍ ଆସୋସିଏସନ ତରଫରୁ ୭୮ତମ ସ୍ବାଧୀନତା ଦିବସ ପାଳିତ l
ବାଇକ ରାଲି ମାଧ୍ୟମରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ l