ଲଭ୍ ସେକ୍ସ ଧୋକା
କଳାହାଣ୍ଡି ଜିଲ୍ଲା (ଆମ ଓଡିଶା ଖବର )ତା :-୧୩/୧୦ ମ.ରାମପୁର ଅଞ୍ଚଳରେ ଜଣେ ଯୁବକଙ୍କ ଅମାନବିକ କାଣ୍ଡ ଆଜି ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଚର୍ଚ୍ଚାର ବିଷୟ ହୋଇଛି। ପ୍ରେମ ସମ୍ପର୍କରେ ଥିବା ଜଣେ ଯୁବକ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅନେକବାର ଶାରୀରିକ ସମ୍ପର୍କ ରଖିଆସୁଥିଲା। ୨୪ ତାରିଖ ଦିନ ସାଙ୍ଗମାନଙ୍କ ସହ ମିଶି ଜଙ୍ଗଲକୁ ଧରିନେଇ ଧୋକା ଦେଇଥିବା ଅଭିଯୋଗ ଉଠିଛି।ଅଭିଯୋଗକାରିଙ୍କ କହିବା ଅନୁସାରେ, ଯୁବତୀ ସସ୍ମିତା(୨୦)ଛଦ୍ମ ନାମ, ମ.ରାମପୁରର ଶୁଣ୍ଡିପଡା ଅଞ୍ଚଳର ନିବାସୀ। ଅଭିଯୁକ୍ତ ଯୁବକଙ୍କ ନାମ କାହ୍ନୁ ଆଚାର୍ଯ୍ୟ,ଯିଏ ଗତ ୫ ବର୍ଷ ଧରି ତାଙ୍କ ସହ ପ୍ରେମ ସମ୍ପର୍କରେ ଥିଲା। ବିବାହ ପ୍ରତିଶ୍ରୁତି ଦେଇ ସେ ଯୁବତୀକୁ ସାଙ୍ଗମାନଙ୍କ ସହ ମିଶି ମ.ରାମପୁର ଠାରୁ ପ୍ରାୟ ୧୭ କି.ମି. ଦୂରରେ ଥିବା ବାରବନ୍ଧା ଜଙ୍ଗଲକୁ ନେଇ ବିବାହ କରିବା ନାମରେ ଧୋକା ଦେଇ ଗାଳିଗୁଲଜ ସହ ମାରପିଟ୍ କରି ମୋବାଇଲ ଛଡ଼ାଇ ନେବା ସହ ଛାଡ଼ି ଦେଇ ପଳାଇ ଆସିଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।ଯୁବତୀ ଜଣକ ସମ୍ପୂର୍ଣ୍ଣ ରାତିସାରା ଜଙ୍ଗଲ ଭିତରେ ରହି ସକାଳେ ଏକ ଅଜଣା ବ୍ୟକ୍ତିଙ୍କ ସହାୟତାରେ ଘରେ ପହଞ୍ଚି ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ଆସାମୀମାନଙ୍କ ବିରୁଦ୍ଧରେ କେସ୍ ନମ୍ବର ୨୩୯ ଭାରତୀୟ ନ୍ୟାୟ ସଂହିତା ନମ୍ବର ୬୯,୮୮,୧୧୫(୨),୩୦୪,୩୫୧(୨),୩(୫) ଦଫାରେ ମାମଲା ରୁଜ୍ଜୁ କରାଯାଇଛି। ଏପର୍ଯ୍ୟନ୍ତ ଅଭିଯୁକ୍ତମାନେ ଫେରାର ଥିବାବେଳେ,ପୋଲିସର ହାତ ଖାଲି ରହିଛି ।ଏହି ଘଟଣା ନେଇ ଅନେକ ସଂଗଠନ ଓ ଗ୍ରାମବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରି, ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି।
ରିପୋଟର -ପ୍ରସନ୍ନ କୁମାର ନାଏକ
More Stories
ଉତ୍କେଲା ଚା ଚା ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ
ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି।
କଳାହାଣ୍ଡି ଜିଲ୍ଲା ରେ ପ୍ରତେକ ସମୟ ରେ ଧାନ ର ଅଭାବ ବିକ୍ରୀକୁ ନେଇ ଚାଷୀ।