କଳାହାଣ୍ଡି ଜିଲ୍ଲା ରେ ପ୍ରତେକ ସମୟ ରେ ଧାନ ର ଅଭାବ ବିକ୍ରୀକୁ ନେଇ ଚାଷୀ।

କଳାହାଣ୍ଡି ଜିଲ୍ଲା (ଆମ ଓଡିଶା ଖବର) ତା:-୧୩/୧୦କେସିଙ୍ଗା ଅସୁବିଧା ଭୋଗୁଥିବା ବେଳେ ଏବେ ମିଲରସ ଓ ଏଫ ସି ଆଇ କତ୍ତୃପକ୍ଷ ଙ୍କ ମଧ୍ୟରେ ଓଭର ଲୋଡିଙ୍ଗ କୁ ନେଇ ବିବାଦ ଉପୁଜିବା ରୁ ଚାଉଳ ସଂଗ୍ରହ ହୋଇ ପାରୁ ନାହିଁ। ଯାହାର ସିଧା ସଳଖ ପ୍ରଭାବ ଖରୀପ ଧାନ କିଣା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।
ଅନ୍ୟପଟେ ଏଫ ସି ଆଇ ରେ ଚାଉଳ ସଂଗ୍ରହ କୁ ନେଇ ଚାଲିଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଏବେ ସାମ୍ନା କୁ ଆସିଛି ।

କଳାହାଣ୍ଡି ଜିଲ୍ଲା ରେ ଚାଉଳ ସଂଗ୍ରହ ର ଓଭର ଲୋଡିଙ୍ଗ କୁ ନେଇ ଏଫ ସି ଆଇ କତ୍ତୃପକ୍ଷ ଓ ମିଲରସ ମଧ୍ୟରେ ବିବାଦ ଦେଖାଦେଇଛି।ପ୍ରତି ରେକ ବାବଦକୁ fci dm ମିଲର ଙ୍କୁ ୧୫୦୦୦ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି ମିଲର୍ ।ଟଙ୍କା ଦେବା ପାଇଁ ମନା କରିବାରୁ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ମିଲର୍ ।
ଚାଉଳ ରେକ ପିଛା ୧୫ ହଜାର ଲେଖାଏଁ ନ ଦେବାରୁ , ପୂର୍ବରୁ ହୋଇଆସୁଥିବା ଓଭର ଲୋଡ଼ିଂ କୁ ବନ୍ଦ କରିଛି fci ଏବେ ଓଭର ଲୋଡିଙ୍ଗ ହେବ ନାହିଁ ବୋଲି ଟିଟିଲାଗଡ ଡି ଏମ୍ ଚିଠି କରିବାରୁ ବିବାଦ ସୃଷ୍ଟି ହୋଇଛି।

ମିଲର ତ ମିଲର୍ ଶ୍ରମିକ ଙ୍କୁ ବି ଛାଡି ନାହାନ୍ତି fci dm ପ୍ରଫୁଲ୍ଲ ସାହୁ ।ନିଜ ଝାଳ କୁ ତୁଣ୍ଡରେ ମାରି ବସ୍ତା ବୋହୁଥିବା ଶ୍ରମିକ ଙ୍କୁ ଲଟ ପିଛା ୨୦୦ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।

ଜିଲ୍ଲା ରେ ଗତ ଖରୀପ ର ୬ଲକ୍ଷ କୁଇଣ୍ଟାଲ ସଂଗ୍ରହ ନ ହୋଇ ବାକି ରହିଥିବାବେଳେ ରବିର ୧୩ଲକ୍ଷ ଚାଉଳ ସ୍ଥାନ ଅଭାବ ରୁ ବଜେୟା ରହିଛି।ଏପରି ପରିସ୍ଥିତି ରେ ଚାଉଳ ସଂଗ୍ରହ ନ ହେବାରୁ ଖରୀପ ଧାନ କିଣା ପ୍ରଭାବିତ ହେବ।ଉକ୍ତ ଅଭିଯୋଗ ବିଷୟ ରେ ଆମେ ଯେତେ ବେଳେ ଦାୟିତ୍ଵ ରେ ଥିବା ଏଫ ସି ଆଇ ର ଅଧିକାରୀ ଏମ୍ କିଉସୀ ଙ୍କୁ ପଚାରି ଥିଲୁ ସେ ସିଧା ସଳଖ ଉଠୀ ପଳାଇଥିଲେ ।

fci ଭଳି ଏକ କେନ୍ଦ୍ର ସରକାର ଙ୍କ କାର୍ଯ୍ୟାଳୟ ର ଅଧିକାରୀ ମିଲର୍ ଓ ଶ୍ରମିକ ଙ୍କୁ ଟଙ୍କା ମାଗିବା ଘଟଣା କୁ ନେଇ ବର୍ତ୍ତମାନ ଜିଲ୍ଲା ସାରା ଚର୍ଚା ଜୋର୍ ଧରିଥିବା ବେଳେ ସରକାର ଯଥା ଶୀଘ୍ର ଏହି ଘଟଣା ର ତଦନ୍ତ କରି ମିଲର୍,ଶ୍ରମିକ ଓ dm ଙ୍କ ମଧ୍ୟରେ ଉଠି ଥିବା ବିବାଦ ର ସମାଧାନ ନ କଲେ ଏହା ଆଗକୁ ଆହୁରି ତୀବ୍ର ରୂପ ନେବା ସହ ଚାଷୀ ଙ୍କ ଅଣ୍ଟା ଭାଙ୍ଗି ଦେଇ ପାରେ ବୋଲି ଚର୍ଚା ହେଉଛି ।

ରିପୋଟର -ପ୍ରସନ୍ନ କୁମାର ନାଏକ

error: Content is protected !!