ସମ୍ବଲପୁର, “ଆମ ଓଡ଼ିଶା ଖବର” ବେଆଇନ କଫସିରପ କାରବାରେ, ସମ୍ବଲପୁର ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ଆସନ୍ତୁ ଜାଣିବା ସମ୍ପୁର୍ଣ ଖବର। ୫୧୦୦ ବୋତଲ କୋରେକ୍ସ ଜବତ ସହ ୨୦ ଜଣକୁ ଗିରଫ କରିଛି ପୁଲିସ। ନଗଦ ୪୦ ହଜାର ଟଙ୍କା, ଗୋଟିଏ ପିକଅପ ଭ୍ୟାନ, କାର ସହ ୫ଟି ମୋବାଇଲ ଫୋନ ପୁଲିସ ଜବତ କରିଛି। ଘଟଣାଟି, ବରେଇପାଲି ଥାନା ଅଂଚଳର ଗୋପାଳପାଲିରୁ କଫସିରପ ବୋତଲ କୋରେକ୍ସ ଜବତ କରାଯାଇଛି। କଫସିରପ ଚୋରା ବେପାରୀ, କଟକରୁ ଏକ ଭ୍ୟାନରେ ସମ୍ଵଲପୁର ଗୋପାଳପାଲିକୁ ଆଣିଥିଲେ। ଏହି ସ୍ଥାନରୁ ବିଭିନ୍ନ ଅଂଚଳକୁ କୋରେକ୍ସ ବିକ୍ରି ପାଇଁ ଯାଇଥାନ୍ତା। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ପହଞ୍ଚି ଜବତ କରିଛି। ଜବତ କୋରେକ୍ସର ମୂଲ୍ୟ ୧୭ ଲକ୍ଷ ୮୫ ହଜାର ଟଙ୍କା। ତେବେ ଘଟଣାରେ ଆଉ କେଉଁମାନେ ସମ୍ପୁକ୍ତ ଅଛନ୍ତି, କିଏ ପଠାଉଥିଲା କେବେଠୁ ଚାଲୁଥିଲା ବିଭିନ୍ନ ଦିଗରେ ପୁଲିସ ତଦନ୍ତ ଜାରି ରଖିଥିବା ସମ୍ବଲପୁର ଏସପି ମୁକେଶ ଭାମୁ, ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories