
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଚଳିତ ମାସ ତା :-୨୦/୧୦/ ୨୦୨୫ ତାରିଖ ରବିବାର ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରେଗଂଲ ପାଡୁ ଗାଁ ଆମ୍ଭ ତୋଟା ରେ ବ୍ଲକ ସ୍ତରୀୟ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ସି ପି ଆଇ (ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାର କଂ ଜନ ବିରୋଧୀ ନିତି ବିରୁଦ୍ଧ ରେ ବକ୍ତବ୍ୟ ରଖିବା ସହ କୋଲନରା ବ୍ଲକ ରେ ଆଦିବାସୀ ମାନଙ୍କ ଦଖଲ ରେ ରହିଥିବା ଜଗଂଲ ଜମି ଓ ସରକାରୀ ଜମିକୁ ଆନ୍ଧ୍ର ଜମି ମାଫିଆ ମାନେ ନିଜ କବଜାକୁ ନେବା ଷଡଯନ୍ତ୍ର କୁ ତିବ୍ର ସମାଲୋଚନା କରିଥିଲେ।
ରେଗଂଲ ପାଡୁ ଗାଁ ଆଦିବାସୀ ମାନଙ୍କୁ ରହିବାକୁ ଘର ଡିହ, ସମ୍ବିଧାନ ର 5ମ ଅନୁଚ୍ଛେଦରେ ଆଦିବାସୀ ମାନଙ୍କୁ ଜମିର ଅଧିକାର ଯୋଗାଇବା, ଆନ୍ଧ୍ର ଜମି ମାଫିଆ ମାନେ ଅଣକାପାଡୁ ଗାଁ ର ଆଦିବାସୀ ମାନଙ୍କ ଦଖଲରେ ଥିବା ଜମି କୁ ଯୋରଜବରଦସ୍ତି ନେବା, ସମସ୍ତ କୁଂ ଜଗଂଲ ଜମି ଓ ଘର ଡିହ ପଟା ପ୍ରଦାନ କରିବା, ସମସ୍ତ ଗରିବ ମାନକୁ 50 କେଜି ଚାଉଲ ଯୋଗାଇବା, 300 ୟୁନିଟ୍ ବିଦ୍ୟୁତ ଯୋଗାଇବା, ପେନସନ 5000 ଟକାଂ ଯୋଗାଇଦେବା, ବଡ଼ ଖିଲାପଦର ଗାଁ ର ଆଦିବାସି ମାନକଂ ଦଖଲରେ ଥିବା ଜମି ର ପଟା ପ୍ରଦାନ କରିବା, ତଳ ଶିକାବାଡି ଠାରୁ ଲହରୀ ଗାଡା. ପର୍ଯ୍ଯନ୍ତ ପକ୍କା ରାସ୍ତା କରିବା ପାଇଁ ଆଲୋଚନା କରିବା ସହ ନଭେମ୍ବର ମାସରେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଅନିଧ୍ୟିଷ୍ଟ କାଳ ଧାରଣା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଉପସ୍ଥିତ ଥିଲେ।
ଶିବ କୁମାର ଉଇକା, ଅନିରୁଦ୍ଧ ନିଶିକା(ପୂର୍ବତନ ସରପଞ୍ଚ) କୃଷ୍ଣା ପାଲକା, ଦିପାଇ କିଲାକା, ନିଲାଇ କିଲାକା , ସୁଭଦ୍ରା ଉଲକା ମେଦିରି ଗରଡିଆ, ଅଷ୍ଟମ ଉଲକା, ଆଚାନା ମଣ୍ଡାଗିଂ, ବୃନ୍ଦାବନ ଗୁନା, ଛବିଲାଲ ହିହାଲ, ରାମାରାଓ କୁତ୍ରୁକା, ମୂର୍ତ୍ତୀ ମିଣିଆକା, ଆଶିକା ଅଟକା।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।