ବିଶ୍ଵ ହାତଧୁଆ ଦିବସ ପାଳିତ।

ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା :-୧୫/୧୦/୨୦୨୫ ପ୍ରଶାସନ ନିର୍ଦ୍ଦେଶ କ୍ରମେ ପ୍ରତି ବିଦ୍ୟାଳୟରେ ବୁଧବାର ଦିନ ବିଶ୍ବ ହାତଧୁଆ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏହି ଦିବସ ପାଳନ ନିମନ୍ତେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲା ପରିଷଦ କାର୍ଯ୍ଯାଳୟ ସ୍ବଚ୍ଛ ଭାରତ ମିଶନର ଜିଲ୍ଲା ପ୍ରକଳ୍ପ ପରାମର୍ଶଦାତା ଶ୍ରୀ ଲକ୍ଷ୍ମୀନାରାୟଣ ଦୋରା, ରାୟଗଡ଼ ବ୍ଲକର ଗୋଷ୍ଠୀ ସମ୍ବଳ ସଂଯୋଜକ ବିକ୍ଷାତି କନ୍ଧପାଣି ଉପସ୍ଥିତ ରହି ଶିଶୁଙ୍କୁ ଛଅ ଗୋଟି ହାତଧୁଆ କୌଶଳ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷର ସ୍ଳୋଗାନ ” ସ୍ବଚ୍ଛ ହାତ ଜୀବନ ବଞ୍ଚାଏ” ବିଷୟରେ ଶିଶୁଙ୍କୁ ସଚେତନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମସ୍ତ ଶିଶୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତତ୍ବାବଧାନରେ ହାତଧୁଆ କାର୍ଯ୍ୟକ୍ରମ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା, ବାସନ୍ତି ମିଶ୍ର, ପ୍ରଭାତ ସେନାପତି, ରଞିତା ସାମନ୍ତରାୟ, ମନୋରମା ସାହୁ, ସୋନାଲିସା ସାମଲ, ମଧୁସ୍ମିତା ତ୍ରିପାଠୀ ଓ ନୀଳାଞ୍ଚଳ ମିଶ୍ର ପ୍ରମୁଖ ଆୟୋଜନରେ ଅଂଶଗ୍ରହଣ କରିଥିଲେ । ସୁସ୍ଥ ଓ ନୀରୋଗ ରହିବାନିମନ୍ତେ ଏହା ସମସ୍ତଙ୍କ ପାଇଁ ଅପରିହାର୍ଯ୍ଯ, ପିଲାଏ ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଉଚିତ ବୋଲି ଜିଲ୍ଲା ପରାମର୍ଶଦାତା କହିଛନ୍ତି ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!