
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂପୁର, ୧୪/୧୦ (ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାର୍ଥକ କରିବା ଉଦ୍ଦେଶ୍ୟରେ କଲ୍ୟାଣସିଂପୁରରେ ଏକ ଉଲ୍ଲେଖନୀୟ କର୍ମଶାଳା ଆୟୋଜିତ ହୋଇଥିଲା। ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବଦେଶୀ ଜିନିଷ ବ୍ୟବହାର କରିବା ଓ ବିଦେଶୀ ଜିନିଷକୁ ବହିଷ୍କାର କରିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା।
ସଭାର ଆରମ୍ଭରେ ଭାରତମାତା, ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଡକ୍ଟର ଦୀନଦୟାଳ ଉପାଧ୍ୟାୟଙ୍କ ଫଟୋ ଚିତ୍ର ପାଖରେ ଦୀପ ପ୍ରଜ୍ୱଳନ କରି ବନ୍ଦେ ମାତରଂ ଗାନ କରାଯାଇଥିଲା। ଏହି କର୍ମଶାଳାର ନେତୃତ୍ୱ କଲ୍ୟାଣସିଂପୁର ମଣ୍ଡଳ ସଭାପତି ଅଜିତ କୁମାର ପାଣିଗ୍ରାହୀ ନେଇଥିଲେ। ଅତିଥି ଭାବେ ଜିଲ୍ଲା ସଭାପତି ଗୋପୀଆନନ୍ଦ, ଆତ୍ମନିର୍ଭର ଭାରତ ଜିଲ୍ଲା ସଂଯୋଜକ ୱାଇ ଗଣପତି, ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲ, ସହ ସଂଯୋଜକ ଅଶ୍ୱିନୀ ମହାପାତ୍ର, ଗୁଡଲ୍ଲା ସନ୍ଦୀପ ଓ ବସନ୍ତ ଖାଡ଼ଙ୍ଗା ଉପସ୍ଥିତ ଥିଲେ। ଅତିଥିମାନେ ଆତ୍ମନିର୍ଭର ଭାରତ ଅଭିଯାନର ମୂଳ ମନ୍ତ୍ର — ସ୍ବଦେଶୀ ଜିନିଷର ପ୍ରଚାର ଓ ଦେଶୀ ଉତ୍ପାଦନକୁ ଶକ୍ତିଶାଳୀ କରିବା — ବିଷୟରେ ପ୍ରାଞ୍ଜଳ ଭାବରେ ଅଳୋକପାତ କରିଥିଲେ। ସେମାନେ ମୋଦିଜୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶକୁ ଆର୍ଥିକ ଓ ଉଦ୍ୟୋଗିକ ଦୃଷ୍ଟିରୁ ସ୍ଵାବଳମ୍ବୀ କରିବା ନିମନ୍ତେ ନାଗରିକମାନେ ସ୍ବଦେଶୀ ଜିନିଷ ବ୍ୟବହାରରେ ଆଗୁଆ କାମ କରିବାକୁ ଆହ୍ୱାନ କରିଥିଲେ।
ସଭାରେ କଲ୍ୟାଣସିଂପୁର ମଣ୍ଡଳର ସମସ୍ତ ବିଜେପି କର୍ମୀ ଓ ସଦସ୍ୟମାନେ ଉପସ୍ଥିତ ରହି ଆତ୍ମନିର୍ଭର ଭାରତର ସଂକଳ୍ପକୁ ସ୍ୱୀକାର କରିଥିଲେ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।