ଖୋର୍ଦ୍ଧା, “ଆମ ଓଡିଶା ଖବର” ୧୫ ଅକ୍ଟୋବର ଦିନ ବେଗୁନିଆ ତହସିଲରେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଡାଟା ଏଣ୍ଟ୍ରି ଅପରେଟର୍। ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। ମହିଳାଙ୍କ ଅଫିସ ଏବଂ କାର୍ଯ୍ୟାଳୟ ରେ ଚାଲିଛି ଚଢ଼ାଉ। ଭଦ୍ର ମହିଳା ହେଲେ ସ୍ମୃତି ଜୟସିଂହ, ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଆରଆଇ ଓ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେଲାବେଳେ ଖୋର୍ଦ୍ଧା ଭିଜିଲାନ୍ସ ଦଳ ମାଡିବସିଲେ ସ୍ମୃତି ଜୟସିଂହଙ୍କୁ। ସ୍ମୃତିଙ୍କୁ ଧରିବା ପାଇଁ, ୩ ଡିଏସ୍ପି, ୨ ଇନ୍ସପେକ୍ଟର ସାମିଲ ହୋଇଥିଲେ। ଭିଜିଲାନ୍ସ ଦଳ, ସ୍ମୃତିଙ୍କ କାର୍ଯ୍ୟାଳୟ ସମେତ ବାସଭବନରେ ଚଢ଼ାଉ କରିଛନ୍ତି। ଗଡମାଣିତ୍ରୀ ଗ୍ରାମର ଶିଶିର ମଙ୍ଗରାଜଙ୍କ ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଗତ ଏକ ମାସ ଧରି ସେ କାର୍ଯ୍ୟାଳୟକୁ ଦୌଡୁଥିବା ବେଳେ ସ୍ମୃତି ତାଙ୍କୁ କହିଲେ ଆର୍ଆଇ ଏବଂ ଅତିରିକ୍ତ ତହସିଲଦାର ଟଙ୍କା ନେବେ, ଟଙ୍କା ଦେଲେ କାମ ହୋଇଯିବ। ଶିଶିର ଏସମ୍ପର୍କରେ ଗତ ୧୪ ତାରିଖରେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଜାଲ ବିଛାଇଥିଲା। ବୁଧବାର ଅପରାହ୍ନରେ ସ୍ମୃତି, କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଠାରୁ ଆଣିଥିବା ରଙ୍ଗ ପ୍ରଲେପ ଟଙ୍କା ଦେଇ, ଭିଜିଲାନ୍ସ ଦ୍ୱାରା ଧରେଇଦେଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।
ଦୁର୍ବୁତ୍ତଙ୍କ ଗୁଳିରେ ଏମ୍ସ କର୍ମଚାରୀ ନିହତ।