କୋଦଳା, (ଆମ ଓଡିଶା ଖବର): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ସଭାପତିତ୍ୱ କରି ବିଜ୍ଞାନ ପାଠଚକ୍ର ର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗ ନିମନ୍ତେ ତାରାତାରିଣୀ ଡ଼ିଗ୍ରୀ ମହାବିଦ୍ୟାଳୟ, ପୁରୁଷୋତମପୁର ର ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼କ୍ଟର ସୁବ୍ରତ କୁମାର ଷଡ଼ଙ୍ଗୀ ସାଧନା କର୍ମୀ ଭାବେ ଯୋଗଦେଇ “ବ୍ଲାକ ହୋଲ ଦି ଫେଟ ଅଫ ୟୁନିଭର୍ସ ” ଶୀର୍ଷକ ପାଠଚକ୍ର ବିଷୟରେ ଆଲୋକପାତ କରିଥିଲେ । ଜୀବ ବିଜ୍ଞାନ ନିମନ୍ତେ ରାମଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ବେହେରା ସାଧନା କର୍ମୀ ଭାବେ ଯୋଗଦେଇ “ସେଲୁଲାର ଏଜିଙ୍ଗ ସେନେସେନସ” ଶୀର୍ଷକ ପାଠଚକ୍ର ସମ୍ପର୍କେ ନିଜର ଅଭିମତ ରଖିଥିଲେ। ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ର ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଏ କାର୍ଯ୍ୟକ୍ରମ ର ରୂପ ରେଖ ବିଷୟରେ ଆଲୋଚନା କରିଥିଲେ। ଆଜିର ପଦାର୍ଥ ବିଜ୍ଞାନ ପାଠଚକ୍ର ର ଆବାହକ ଭାବେ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ରତ୍ନାକର ପ୍ରଧାନ ଓ ଜୀବ ବିଜ୍ଞାନ ଆବାହକ ଭାବେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଅପରାଜିତା ପାତ୍ର ରହିଥିଲେ।ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁଶ୍ରୀ ମନୀଷା ପଟନାୟକ,ଗଣିତ ବିଭାଗୀୟ ମୁଖ୍ୟ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ,ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁଶ୍ରୀ ବର୍ଷାରାଣୀ ମହାନ୍ତି,ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଆଚାର୍ଯ୍ୟ, ଗଣିତ ଅଧ୍ୟାପିକା ସୁଶ୍ରୀ ଭୁବନେଶ୍ୱରୀ ରାୟ ସାମନ୍ତ, ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପାଳ ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ କାହ୍ନୁ ଚରଣ ପାଳ ସହଯୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ନିଜର ସନ୍ଦର୍ଭ ପାଠ କରିଥିଲେ ।ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଗଣିତ ବିଭାଗୀୟ ମୁଖ୍ୟ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଦେବାପରେ ଆଜିର ପାଠଚକ୍ର କୁ ସମାପ୍ତ କରାଗଲା ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l