ଵିଜେପି ର ମିଶ୍ରଣ ପର୍ବ ଓ କର୍ମୀ ସନ୍ମିଳନୀ l

ପୁରୀ ଜିଲ୍ଲା (ଆମ ଓଡିଶା ଖବର )ଡେଲାଙ୍ଗ ତା ୧୮-୧୦-୨୫ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ସହିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଭାବେ ଯୋଗ ଦେଇଥିଲା ବେଳେ ଶତାଧିକ କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ! ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କ ନେତୃତ୍ୱ ଉପରେ ଦୃଢ଼ ବିଶ୍ୱାସ ରଖି ବିଭିନ୍ନ ଦଳର 140 ଜଣ ବିଜେପି ରେ ସାମିଲ ହୋଇଛନ୍ତି, ପିପିଲି ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଧିବଧ ଭାବେ ଦଳରେ ସାମିଲ କରିଛନ୍ତି,କଲ୍ୟାଣପୁର ପଞ୍ଚାୟତ ର ପ୍ରମୁଖ ଲଡ଼ୁ କିଶୋର ରାୟ ଙ୍କ ପ୍ରଚେଷ୍ଟା ରେ ଆୟୋଜିତ କର୍ମୀ ସମ୍ମିଳନୀରେ ମିଶ୍ରଣ ପରେ ଉପସ୍ଥିତ ସମସ୍ତ କର୍ମୀ ଙ୍କୁ ଏକଜୁଟ ହୋଇ ବିକାଶ ଧାରା କୁ ଆଗେଇ ନେବା ପାଇଁ ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଡେଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ର ଙ୍କ ରିପୋର୍ଟ ଅମ ଓଡିଶା ଖବର।

error: Content is protected !!