କଳାହାଣ୍ଡି ଜିଲ୍ଲା (ଆମ ଓଡିଶା ଖବର )ତା:-୧୯/୧୦ କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଗ୍ରାମପଞ୍ଚାୟତ ଉତ୍କେଲା ସ୍ଥିତ ଚାଚା ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ କେସିଙ୍ଗା ଥାନ ତରଫରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି,ଦିନ କୁ ଦିନ ହଜାର ହଜାର ସଂଖ୍ୟାରେ ଗରିବ ଲୋକ ମାନେ ସାଇବର ଠକେଇ ର ଶିକାର ହୋଇ ଲକ୍ଷ୍ୟ ଲକ୍ଷ୍ୟ ତାଙ୍କର କ୍ଷତି ସହୁଛନ୍ତି ବିଭିନ୍ନ ପ୍ରକାର ରେ ସାଇବର ଠକ ମାନେ ନୁଆଁ ନୁଆଁ ପନ୍ଥା ଗ୍ରହଣ କରି ଲୋକଙ୍କୁ ଇଆଡୁ ସେୟାଡୁ କଥାରେ ଫସେଇ ପଇସା ଠକି ନେଉଥିବା ଦେଖିବାକୁ ମିଳୁଛି ଲୋକ ମାନଙ୍କୁ ବିଶେଷ କରି ଯୁବ ପିଢ଼ି ଛାତ୍ର ଛାତ୍ରୀ ଙ୍କୁ ସାଇବର ଠକାମୀ ଅପରାଧ କରୁଥିବା ନେଇଁ ସେଥିରୁ ସୁରକ୍ଷିତ ରହିବା ସମ୍ପର୍କ ରେ ବିବିଧ ପଦକ୍ଷେପ ସମ୍ବଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଅତିଥି ମାନେ ଭରଚୁଆଲ ମାଧ୍ୟମରେ ସଚେତନତା କରିଥିଲେ ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ଏସ,ଡି,ପି,ଓ, ସନ୍ଦୀପ ମାଝୀ, ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ, ଏସ ଆଇ ରାଜେଶ ପରିଡା ଉତ୍କେଲା ଫାଣ୍ଡି ଅଧିକାରୀ ଅନୁପ କୁମାର ଶତପତି ଉପସ୍ଥିତ ରହି ସାଇବର ଠକେଇ ରୁ ଦୁରେଇ ରହିବାକୁ ସଚେତନ ର ବାର୍ତ୍ତା ଦେଇଥିଲେ ଏହି ସଚେତନ ରେ ଉତ୍କେଲା ବିକାଶ ମଞ୍ଚ ର ଅନିରୁଦ୍ଧ ସାହୁ, ପଙ୍କଜ ସାହୁ, ଅଗସ୍ତି ସା, ରୂପଚନ୍ଦ ଜୈନ, ସମିତି ସଭ୍ୟ ତ୍ରିନାଥ ମାଝୀ,ସୁଦର୍ଶନ ଭୋଇ ଗରିବ ସା, ପବନ କୁମାର ଜୈନ, ଟଙ୍କଧର ନାଏକ, ବସନ୍ତ ପୁରୋହିତ, ବେଲାର ସନ ନାଏକ, ଥିବା ବେଳେ ସମସ୍ତ ପୋଲିସ ଅଧିକାରୀ ମାନେ ସହଯୋଗ କରିଥିଲେ ଉତ୍କେଲା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମୀରା କୁମାର ଉପସ୍ଥିତ ରହିଥିବା ବେଳେ ଉତ୍କେଲା ଅଂଚଳ ର ଆଖ ପାଖ ର ସମସ୍ତ ବୃଦ୍ଧିଜୀବି ଉପସ୍ଥିତ ରହିଥିଲେ l
ରିପୋଟର ପ୍ରସନ୍ନ କୁମାର ନାଏକ
More Stories
ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି।
କଳାହାଣ୍ଡି ଜିଲ୍ଲା ରେ ପ୍ରତେକ ସମୟ ରେ ଧାନ ର ଅଭାବ ବିକ୍ରୀକୁ ନେଇ ଚାଷୀ।
ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃନିଯୁକ୍ତି ପ୍ରତିବାଦରେ ଗଣଧାରଣା।