ଜଟଣୀ ସୁରକ୍ଷା ମଞ୍ଚର ପ୍ରତିଷ୍ଠାତା, ସ୍ବର୍ଗତ ଶିବ ପ୍ରସାଦ ମହାନ୍ତିଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପାଳିଲେ ରକ୍ତଦାନ ମାଧ୍ୟମରେ।
ଜଟଣୀ, “ଆମ ଓଡ଼ିଶା ଖବର” ସୁରକ୍ଷା ମଞ୍ଚର ଦ୍ବାରା ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। ମୁଖ୍ଯ ଉଦ୍ଦେଶ୍ଯ ଥିଲା, ସୁରକ୍ଷା ମଞ୍ଚର କର୍ଣ୍ଣଧାର ତଥା ପ୍ରତିଷ୍ଠାତା ସ୍ବର୍ଗତ ଶିବ ପ୍ରସାଦ ମହାନ୍ତିଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ। ଏହି ରକ୍ତଦାନ ଶିବିରରୁ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ତାସହିତ ୩୦ ରୁ ଉର୍ଦ୍ଧ ଅଧିକ ଚକ୍ଷୁ ରୋଗିଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା ସହିତ ଦନ୍ତ ଚିକିତ୍ସା ବିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁରକ୍ଷା ମଞ୍ଚର ସଭାପତି ଶ୍ରୀଯୁକ୍ତ ଶିବୁ ରତନ ଯୋଶୀ ଓ ସମ୍ପାଦକ ଶ୍ରୀ ଚିତ୍ତ ରଞ୍ଜନ ପ୍ରଧାନ ସହ ନୀଳାମ୍ବର ମିଶ୍ର, ପ୍ରିତମ କୁମାର ମିଶ୍ର, ସୁରେଶ କୁମାର ବେହେରା , ଅରବିନ୍ଦ ପରିଡ଼ା, ଚିତ୍ତ ରଞ୍ଜନ ସ୍ବାଇଁ , ପୁନମ ମହାନ୍ତି, ସୁଧାଂଶୁ ସାମନ୍ତରାୟ, ଶୁଭ୍ରଯିତ୍ ପ୍ରତିହାରୀ, ରାଜ ଭାଇ , ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସୁରକ୍ଷା ମଞ୍ଚ ତରଫରୁ ସମସ୍ତ ରକ୍ତ ଦାତାଙ୍କୁ ଅନେକ ଅନେକ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଡେଲାଙ୍ଗ ରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଓ କର୍ମୀ ସମ୍ମୀଳନୀ।

More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ