ଜଟଣୀରେ ୨୩, ତମ ପୁସ୍ତକ ମେଳା ପ୍ରସ୍ତୁତି ବୈଠକ ହୋଇଯାଇଛି।

ଜଟଣୀ, “ଆମ ଓଡ଼ିଶା ଖବର” ଜଟଣୀ ପୁସ୍ତକମେଳା କମିଟିର ପ୍ରସ୍ତୁତି ବୈଠକ ୧୯ ଅକ୍ଟୋବର ୨୦୨୫ ରବିବାର ଦିନ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଯାଇଛି। ପୁସ୍ତକ ମେଳା କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ଜବାହର ଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। କାର୍ଯ୍ୟକ୍ରମ କିଭଳି ସୁରକ୍ଷିତ ମଧ୍ଯରେ ହୋଇପାରିବ ତାର ଆଲୋଚନା ହୋଇଥିଲା। ପ୍ରସ୍ତାବ ରଖିଥିଲେ, ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଓ ଯୁଗ୍ମ ସମ୍ପାଦକ ଶଶୀ ରଥ ଡିସେମ୍ବର ୭ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପୁସ୍ତକ ମେଳା କିପରି ସୁରକ୍ଷିତ ଭାବରେ ସମ୍ପାଦିତ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାରେ ଯୋଗ ଦେଇଥିଲେ, କୋଷାଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ନନ୍ଦ ବ୍ରଜବନ୍ଧୁ ନାୟକ, କିଶୋର ଚନ୍ଦ୍ର ପାଇକରାୟ, ନଟବର ସ୍ୱାଇଁ ଅତିଥି ଚୟନ, ସ୍ମରଣିକା ପ୍ରକାଶ ସମ୍ବନ୍ଧରେ ମତାମତ ପ୍ରଦାନ କରିଥିଲେ। ପଦ୍ମନାଭ ପାଣିଗ୍ରାହୀ, ଭବାନୀ ଶଙ୍କର ମହାପାତ୍ର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କଦ୍ଵାରା ବିଭିନ୍ନ ବିଭାଗରେ ପ୍ରତିଯୋଗିତା, ପୁରସ୍କାର ବିତରଣ ବିଷୟରେ ଆଲୋଚନା କରିଥିଲେ। ଶେଷରେ ପ୍ରମୋଦ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!