ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ।

ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) ଖୋର୍ଦ୍ଧା ଜିଲ୍ଲା ରିଜର୍ଭ ପୋଲିସ ଲାଇନରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶ ସୁରକ୍ଷା ଓ ଲୋକଶାନ୍ତି ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ପୁଲିସ ବିଭାଗର ବୀର ଶହୀଦ ସହୋଦରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ପୁଲିସ କର୍ମଚାରୀମାନେ ଶହୀଦମାନଙ୍କ ଭବନ୍ତି ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ବୀର ଶହୀଦମାନଙ୍କ ସାହସ, ଦେଶସେବା ଓ ତ୍ୟାଗ ସ୍ମରଣରେ ଦୁଇ ମିନିଟ୍ ନିରବତା ପାଳନ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ଏସ୍‌ପି ଶ୍ରୀ ଶର୍ମା ପୁଲିସ ବିଭାଗର ସେହି ସାହସିକ ଓ ନିଷ୍ଠାପୂର୍ଣ୍ଣ ସେବାର ପ୍ରଶଂସା କରି କହିଲେ ଯେ, ସମାଜରେ ଶାନ୍ତି, ଶୃଙ୍ଖଳା ଓ ଆଇନର ପାଳନ ପାଇଁ ପୁଲିସ ସଦା ସର୍ବଦା ସମର୍ପିତ ଅଛନ୍ତି । ସେ ସମସ୍ତଙ୍କୁ ଶହୀଦମାନଙ୍କ ଆଦର୍ଶ ଓ ଦେଶସେବାର ମନୋଭାବକୁ ଅନୁସରଣ କରି କାମ କରିବାକୁ ଆହ୍ବାନ ଦେଇଥିଲେ । ଅନୁଷ୍ଠାନ ଶେଷରେ ସମସ୍ତ ପୁଲିସ କର୍ମଚାରୀ ସମାଜ ସେବା, ନିଷ୍ଠା ଓ ଇମାନଦାରୀ ସହ ଦେଶ ସେବା ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବହୁ ପଦାଧିକାରୀ ପୋଲିସ ଏସ ଡି ପି ଓ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର , ଏ ଏସ ଆଇ ଓ କନେଷ୍ଟବଳ ମାନେ ସାମିଲ ହୋଇଥିଲେ ।

error: Content is protected !!