ଢେଙ୍କାନାଳ “ଆମ ଓଡ଼ିଶା ଖବର” ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରିଛି ଅବକାରୀ ବିଭାଗ। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନାମୀ ଦାମୀ କମ୍ପାନୀର ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ନକଲି ବିଦେଶୀ ମଦ କାରଖାନା ଚଲାଉଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବା ବେଳେ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ଉଭୟ ସ୍ୱାମୀ-ସ୍ତ୍ରୀ ଏହି ନକଲି ବିଦେଶୀ ମଦ କାରଖାନାକୁ ଚଲାଇଥିଲେ। ସେମାନଙ୍କ ଘର ଭିତରେ ଏହି କାରଖାନା ଚାଲିଥିଲା। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ୩୫୦ ଲିଟରର ସ୍ପିରିଟ, ୧୦ ଲିଟର କ୍ୟାରିମେଲ ( ନକଲି ମଦର ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା), ୬ ଲିଟର ଫ୍ଲେଭର, ପ୍ରାୟ ୧୪୩ ଲିଟରର ନକଲି ବିଦେଶୀ ମଦ, ୧୮ ହଜାର ପାଖାପାଖି ଡୁପ୍ଲିକେଟ୍ କ୍ୟାପ୍, ନାମୀ ଦାମୀ ମଦ କମ୍ପାନୀର ୭ହଜାର ୩ ଶହ ଷ୍ଟିକର, ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥିବା ଏକ ମେସିନ ସହିତ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ଓ ଆଧାରାକାର୍ଡ ଜବତ କରାଯାଇଛି ବୋଲି ଅବକାରୀ ଡିଏସ୍ପି କହିଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।