କୋଦଳା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପରିସରରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି | କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କୋଦଳା ଏନଏସି ର ଦଶ ଜଣ ୱାର୍ଡ କାଉନସିଲର ଏହି ବୈଠକରେ ଉପସ୍ଥିତ ରହି ନିଜ ୱାର୍ଡ ର ସମସ୍ୟା ସମ୍ପର୍କରେ ମତାମତ ରଖିବା ପରେ ଅଧ୍ୟକ୍ଷ ଏହାକୁ ଖୁବ ଶୀଘ୍ର କାର୍ଯ୍ୟକାରି କରିବା ନେଇ ସ୍ପଷ୍ଟୀକରଣ ରଖିଥିଲେ | ଏହା ସହିତ କୋଦଳାକୁ ନିର୍ବାଚନ ମଣ୍ଡଳୀ ଘୋଷଣା, କୋଦଳାକୁ ମ୍ୟୁନିସିପାଲିଟିରେ ପରିଣତ କରିବା ଏଵଂ କୋଦଳାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ ଦାବୀ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ଏହା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ପ୍ରମୁଖ ସମସ୍ୟାର ସମାଧାନ ହେବା ନେଇ ମଧ୍ୟ ପ୍ରତିଶୃତି ଦେଇଥିଲେ ଅଧ୍ୟକ୍ଷ ଶ୍ରୀ ନାୟକ | ଏହି ବୈଠକରେ ଏନ ଏ ସି ଉପାଧ୍ୟକ୍ଷାଙ୍କ ସମେତ ଏନଏସି ର କର୍ମଚାରୀ ଉପସ୍ଥିତ ଥିଲେ | ପରିଶେଷରେ କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ରିପୋର୍ଟ :ଦେବାଶିଷ ମହାରଣା


More Stories
ଆମରିସତ୍ୟ ବିକାଶ ପରିଷଦର ଆଲୋଚନାଚକ୍ରରେ ସମାଜ ପାଇଁ ମହିଳା ମାନଙ୍କ ଭୁମିକା।
ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ l
ଜଟଣୀରେ ୨୩, ତମ ପୁସ୍ତକ ମେଳା ପ୍ରସ୍ତୁତି ବୈଠକ ହୋଇଯାଇଛି।