ସମାଜରେ “ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ “

ଖୋର୍ଦ୍ଧା ଜ଼ିଲ୍ଲା (ଆମ ଓଡିଶା ଖବର)ଡେଲାଙ୍ଗ ୨୭-୧୦-୨୫ଆମରିସତ୍ୟ ବିକାଶ ପରିଷଦ ଓ ରୋଟାରୀ କ୍ଲବ, ଜଟଣୀ ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ’ ଉପରେ ଏକ ଆଲୋଚନାଚକ୍ର ଡ.ପ୍ରମୋଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି। ଶୃଙ୍ଖଳିତ ସମାଜ ବ୍ୟବସ୍ଥାରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ନିଜ ବ୍ୟକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଡ.ଆରତୀ କର ପୂରାଣଯୁଗରୁ ସାଂପ୍ରତିକ ଯୁଗର ମହିଳାମାନଙ୍କ ଭୂମିକା କିପରି ଥିଲା ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରକାଶ କରିଥିଲେ । ଆଜିର ନାରୀ ଶିକ୍ଷିତା, କର୍ମଜୀବୀ ଏବଂ ସମାଜରେ ପ୍ରତିଷ୍ଠିତ ହୋଇ ସାରିବା ପରେ ବି ନାରୀ ପୁରୁଷ ହାତରେ କେତେକ କ୍ଷେତ୍ରରେ କଣ୍ଢେଇ ହୋଇଯାଉଛି। ନାରୀ ମାନେ ନିଜ ମାନସିକତାର ପରିବର୍ତ୍ତନ ଆବଶ୍ୟକତା ଅଛି।
ମହିଳାମାନେ ଆଦର୍ଶ ସୁସ୍ଥ ସମାଜ ଗଠନ ପାଇଁ ପ୍ରୟାସ ଜାରୀ ରଖିବାରେ ବେଦ,ପୁରାଣ ଓ ଆଧୂନିକ ଯୁଗର ନାରୀଙ୍କ ଭୂମିକା ଉପରେ ମୁଖ୍ୟ ଅତିଥି ପଣ୍ଡିତ ରମାକାନ୍ତ ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନା ଚକ୍ରରେ ଆୟୋଜକ ରୋଟାରିଆନ୍ ଆଦିନାରାୟଣ ଖଣ୍ଡୁଆଳ ସ୍ୱାଗତ ଓ ଅତିଥି ପରିଚୟ ଦେଇଥିଲେ ।ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରୋଟାରିକ୍କବର ସଭାପତି ପ୍ରସାଦ ଜଗଦେବ, ରୋଟାରିଆନ ରାଧାମୋହନ ପଟ୍ଟନାୟକ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ମହିଳା ସଶକ୍ତିକରଣ ଉପରେ ଆଇନ ଅଧିକାରୀ ବିରଜା ପ୍ରସାଦ ଦାଶ, ଡାକ୍ତର ସୁବ୍ରତା ପାତ୍ର, ପଦ୍ମଲୋଚନ ସାହୁ, ଡ.ସୁକାନ୍ତି ମହାପାତ୍ର, ତ୍ରିଲୋଚନ ମହାପାତ୍ର, ବ୍ରଜବନ୍ଧୁ ନାୟକ, ନର୍ମଦା ଦୋରା, ବିଜୟାନନ୍ଦ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜର ମତାମତ ପ୍ରକାଶ କରିଥିଲେ। ଶିକ୍ଷାବିତ ଜବାହାରଲାଲ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ କବି ବିଭୁପ୍ରସାଦ ହରିଚନ୍ଦନ, ଶିକ୍ଷୟତ୍ରୀ ଡ଼.ରଶ୍ମିତା ନାୟକ ଓ କବି ପଦ୍ମଲୋଚନ ସାହୁଙ୍କ ସଂଯୋଜନାରେ ଦେବଯାନୀ ରାୟ ,ଡ.ପ୍ରଭାସ ପ୍ରଧାନ, ଦିତିକୃଣ୍ଣ ମହାନ୍ତି, ପାଲା ଗାୟକ ସୁଦର୍ଶନ ମହାପାତ୍ର, ନର୍ମଦା ଦୋରା, ବେଣୁଧର ବେହେରା, ଜଗନ୍ନାଥ ନାୟକ, ଆଦିନାରାୟଣ ଖଣ୍ଡୁଆଳ, ରୋହିତ କୁମାର ଚମ୍ପତ୍ତି, ସୁରେଶ ଚନ୍ଦ୍ର ରଥ, ବାସୁଦେବ ସାହୁ, ଦିବ୍ୟଲୋଚନ ଭାରିମଲ୍ଲ ,ସୁଲିଆ ଦାଶ ପ୍ରମୁଖ କବିତା ପାଠ କରିଥିଲେ।ଡେଲାଙ୍ଗ/ ଜଟଣୀ ରୁ ନୀଳମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡିଶା ଖବର।

error: Content is protected !!