ଓଡ଼ିଶା ସ୍କୁଲ ବକ୍ସିଂ ଦଳର ଇଟା ନଗର ଯାତ୍ରା।

ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର)ଡେଲାଙ୍ଗ ତା ୨୮-୧୦-୨୫  ଜାତୀୟ ସ୍ତରରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ବକ୍ସିଙ୍ଗ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାରୁ ଉଭୟ ବାଳକ ଓ ବାଳିକା ଦଳ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରୁ  ଅରୁଣାଚଳ ପ୍ରଦେଶ ର ଇଟା ନଗର ଯାତ୍ରା କରିଛନ୍ତି। ଖେଳ ଇଣ୍ଡିଆ କ୍ରୀଡା ଭବନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉନ୍ନୀତ ବି. ଏନ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ ର କ୍ରୀଡା ଶିକ୍ଷକ  ପୁରଷୋତ୍ତମ ମୁଦୁଲି ଦଳର ସାଧାରଣ ମ୍ୟାନେଜର ଭାବେ ଦାୟିତ୍ୱ ନେଇ ୨୪ ଜଣ ଛାତ୍ର ଛାତ୍ରୀ, ଦୁଇ ଜଣ କୋଚ ଓ ଦୁଇ ଜଣ ମ୍ୟାନେଜରସହ ଇଟା ନଗର ଯାତ୍ରା କରିଛନ୍ତି।  ଉତ୍କଳମଣି ଉଚ୍ଚ ବିଦ୍ୟାଳୟ ମାଧ ବନ୍ଧ, ଚିକିଟି ର ପ୍ରଫୁଲ ମହାନ୍ତି ଛାତ୍ର ମାନଙ୍କର କୋଚ ଓ ପ୍ରତାପ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳର ଅମ୍ବିକା ରଥ ମ୍ୟାନେଜର ଭାବେ ଯାଉଥିବା ବେଳେ କେ ସି ଉଚ୍ଚ ବାଳିକା ବିଦ୍ୟାଳୟ, ବ୍ରହ୍ମପୁର ର ଦୀପ୍ତି ରାଣୀ ସାହୁ ବାଳିକା ମାନଙ୍କ କୋଚ ଭାବେ ଯାତ୍ରା କରିଛନ୍ତି। ସମ୍ବାଦ ସାହିତ୍ୟ ଘର, ପିପିଲି ର ସମ୍ପାଦକ ତଥା ଶିକ୍ଷକ ନରେନ୍ଦ୍ର ମୁଦୁଲି ଖୋର୍ଦ୍ଧା ରେଳ ଷ୍ଟେସନ ଠାରେ ସମସ୍ତ ଖେଳାଳି, କୋଚ ଓ ଦଳର ମ୍ୟାନେଜର ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଓଡ଼ିଶା ଦଳ ଜାତୀୟ ସ୍ତରରେ ବିଜୟର ଟୀକା  ପିନ୍ଧି ଓଡ଼ିଶା ପାଇଁ ଗୌରବ ଆଣୁ ବୋଲି ଆଶା ପୋଷଣ କରିଥିଲେ।

ଡେଲାଙ୍ଗ /ଜଟଣୀ ରୁ ନୀଳମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!