ଖୋର୍ଦ୍ଧା, “ଆମ ଓଡ଼ିଶା ଖବର” ଖୋର୍ଦ୍ଧା ଟାଟାପାୟାର ସେକ୍ସନ ୩ ଅନେକ ସମୟରେ ଅଘୋଷିତ ବିଦୁତ କାଟ କରିବାରେ ଜନ ଜୀବନ ଅସ୍ତ ବେସ୍ତ। କିଛି କାରଣ ନଥାଇ ବିଦୁତ କାଟ। ବେଙ୍ଗ ମୂତିଲେ ହେଉଛି ବିଦୁତ୍ କାଟ। ଟିକେ ପବନ ବହିଲେ କିମ୍ବା ବର୍ଷା କୁଣ୍ଡା ଝାଡିଲେ ବିଦୁତ କାଟ। ରୀତିମତ ପ୍ରହଶନରେ ଚାଲିଛି ବିଦୁତ କାଟ କାରବାର। ବିଦୁତ କର୍ମଚାରୀ ବିଦୁତ କାଟିବାରେ ଧୂରନ୍ଧର। ଅସମୟରେ ଡାକିଲେ ସୁଣିବେ ନାହିଁ। ସେଥିପାଇଁ କେତେକ ଗାଁରେ ମାଡ ଖାଉଛନ୍ତି। ଏମିତିକି ଅଧିକାରୀ, ଏସ.ଡି.ଓ ହୁଅନ୍ତୁ ଅବା ଯେ.ଇ ହୁଅନ୍ତୁ ସେମାନଙ୍କୁ ଫୋନ୍ କଲେ ଉଠାଇବେ ନାହିଁ। କେବେ କେବେ ସୁଇଚଅଫ ଦେଖାଇବ। ବେଳେ ବେଳେ ରିଙ୍ଗ ହୋଉଥିବ ଜାଣିଶୁଣି ଉଠାଇବେ ନାହିଁ। ବେଧଡ଼କ କାରବାର ଚାଲିଛି ଟାଟାପାୱାରର ଠାରୁ ଅଧିକାରୀଙ୍କ ପାୱାର ଆହୁରୀ ଅଧିକ। ଖାଲି ସେତିକି ନୁହେଁ ହେଲ୍ପ ଲାଇନ ନମ୍ବରରେ ବୁଝିବାକୁ ଚେଷ୍ଟା ସେମାନଙ୍କ ପାଖରେ କୌଣସି ସୂଚନା ନଥିବ। ଖୋର୍ଦ୍ଧା ବିଦୁତ ବିଭାଗର ମନ ମୁଖି ଶାସନକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବାରମ୍ବାର ବିଦୁତ କାଟରେ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇ ସାରିଲେଣି। ସେକ୍ସନ ୩ର ବିଦୁତ ଗ୍ରାହକ ଥିବା, ଜକରା, ଦୁର୍ଗାପୁର, ଗୁଡ଼ୁମ, ବଙ୍ଗିଦା, ଜରିପୁଟ ଆଦି ଅଂଚଳର ବିଦୁତ କାଟ ହେବାରୁ ବୃଦ୍ଧ ଓ ଛୋଟ ଛୁଆ ଅତ୍ୟଧିକ ଗରମରେ କଷ୍ଟ ଭୋଗୁଛନ୍ତି। ବିଦ୍ୟାର୍ଥୀ ମାନେ ଅନ୍ଧାରରେ ପାଠ ପଢିବା ସମ୍ଭବ ହେଉନାହିଁ। ଗାଦି ମଡ଼ା ଅଧିକାରୀ ବାବୁମାନେ ନଜାଣିବାର ଅଭିନୟ କରୁଛନ୍ତି। କଥା କହିବାରେ ମାହିର୍ ଯେ.ଇ ଓ ଏସ.ଡି.ଓ। ଲାଇନ ମ୍ୟାନଙ୍କ କଥା କହିଲେ ନସରେ। ବିଦୁତ ବିଭାଗକୁ ଅନୁରୋଧ କରାଯାଉଛି ସୁଧରି ଯାଆନ୍ତୁ, ନଚେତ୍ ଆଗକୁ ପରିସ୍ଥିତି ଜଟିଳ ହେବ। ଆଗକୁ ଜଦି ଏହି ପରି କରେଣ୍ଟ କଟେ ତେବେ ବିଦୁତ ବିଭାଗ ଉପରେ କଡା କାର୍ଯ୍ୟନୁଷ୍ଠାନ ସାଧାରଣ ନେବେ ବୋଲି ଅଂଚଳରେ ଚର୍ଚ୍ଚାର ବିସୟ ହୋଇଛି। ଅଂଚଳ ବାସିଙ୍କ ଅଭିଯୋଗକୁ ତର୍ଜମା କରି ସୁଧାରିବାର ବେବସ୍ଥା କରିପାରିଲେ ଉଭୟ ପକ୍ଷଙ୍କର ମଙ୍ଗଳ। ନଚେତ କରେଣ୍ଟ ଜଳିବା ଠାରୁ ନିଆଁ ଜଳିବା ପରିସ୍ଥିତିକୁ ସମ୍ଭାଳିବେ ବିଦୁତ କର୍ତ୍ତୃପକ୍ଷ।
ଖୋର୍ଦ୍ଧାରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଖୋର୍ଦ୍ଧା ଟାଟାପାୟାର ସେକ୍ସନ ୩ ଅଘୋଷିତ ବିଦୁତ କାଟିବାରେ ଜନ ଅସନ୍ତୋଷ ବଢୁଛି।


More Stories
ଓଡ଼ିଶା ସ୍କୁଲ ବକ୍ସିଂ ଦଳର ଇଟା ନଗର ଯାତ୍ରା।
ସମାଜରେ “ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ “
ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କପ କ୍ରିକେଟ ମିନି ଆଧାର ଫାଇନାଲ ରେ ଗୁଡ଼ୁମ l