ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ।

କୋଦଳା, (ଆମ ଓଡିଶା ଖବର): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ରଂଜୁବାଳା ନନ୍ଦ ପରିଚାଳନା କରିଥିଲେ । ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଓଡ଼ିଆ ରଚନା, ବକୃତା, ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ଚିତ୍ର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ବିଚାରକ ଭାବେ ଅଧ୍ୟାପିକା ଶ୍ରୀମତୀ ଅପରାଜିତା ପାତ୍ର, ସୁଶ୍ରୀ ଭୁବନେଶ୍ୱରୀ ରାୟସାମନ୍ତ, ଡ଼କ୍ଟର ଜ୍ୟୋଷ୍ଣାରାଣୀ ସାହୁ, ଶ୍ରୀମତୀ ଗୃହଲକ୍ଷ୍ମୀ ସାହୁ, ସୁଶ୍ରୀ ମନୀଷା ପଟନାୟକ ଓ ଅଧ୍ୟାପକ ରୂପେ ଶ୍ରୀମାନ ସପନ କୁମାର ଦାଶ, ଶ୍ରୀ ସାଗର ଚାନ୍ଦ ପାତ୍ର, ଶ୍ରୀ କେଶବ ଚନ୍ଦ୍ର ପାଳ, ଶ୍ରୀ କହ୍ନୁ ଚରଣ ପାଳ, ଶ୍ରୀ ଲିପୁନ ମାଝୀ, ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ ଆଦି ବିଚାରକ ରୂପେ ରହିଥିଲେ । ଶ୍ରୀମତୀ ତପସ୍ୱିନୀ କାରଣ, ଶ୍ରୀମତୀ ସାଗରିକ ଦାଶ ଓ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଆଦି ଅଧ୍ୟାପିକା କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!