କୋଦଳା, (ଆମ ଓଡିଶା ଖବର ):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ସମେତ ସମସ୍ତ ଶିକ୍ଷକ, ଅଣଶିକ୍ଷକ ଏବଂ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସମ୍ପର୍କରେ ମହାବିଦ୍ୟାଳୟ ପରିସର ଠାରୁ ନିକଟସ୍ଥ କାକୁଡ଼ିଆପଡା ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତାର ବାର୍ତା ପ୍ରଦାନ କରାଗଲା। ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ରଂଜୁବାଳା ନନ୍ଦ ପରିଚାଳନା କରିଥିବା ବେଳେ ଯୁବ ରେଡ଼କ୍ରସ ସଂଯୋଜକ ଶ୍ରୀ ରତ୍ନାକର ପ୍ରଧାନ, ଆମ ଗୌରବ ଆମ କଲେଜ ର ସଂଯୋଜକ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ, ଶ୍ରୀମତୀ ତପସ୍ୱିନୀ କରଣ, ସୁଶ୍ରୀ ଭୁବନେଶ୍ୱରୀ ରାୟସାମନ୍ତ, ସୁଶ୍ରୀ ମନୀଷା ପଟନାୟକ, ଡ଼କ୍ଟର ଜ୍ୟୋସ୍ନାରାଣୀ ସାହୁ, ଶ୍ରୀମତୀ ଗୃହଲକ୍ଷ୍ମୀ ସାହୁ ଆଦି ଅଧ୍ୟାପିକା ଏବଂ ଶ୍ରୀ ଲିପୁନ ମାଝୀ, ଶ୍ରୀ କେଶବ ଚନ୍ଦ୍ର ପାଳ, ଶ୍ରୀ କାଁହୁ ଚରଣ ପାଳ ଏବଂ ସପନ କୁମାର ଦାଶ ଇତ୍ୟାଦି ଅଧ୍ୟାପକ ଉକ୍ତ ପଦଯାତ୍ରାରେ ନିଜକୁ ସାମିଲ କରାଇ ଦୁର୍ନୀତି ନିବାରଣର ମନ୍ତ୍ର ଉଚ୍ଚାରଣ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?