ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର ବାଲିବଣ ସ୍ଥିତ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶନିବାର ପୂର୍ବାହ୍ନ ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ଶରତ ଚନ୍ଦ୍ର ପାଣ୍ଡୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଯଜ୍ଞର ଆବାହକ ଶ୍ରୀ ନାରାୟଣ ସାହୁ ଯୋଗଦେଇ ଯଜ୍ଞ କାର୍ଯ୍ୟର ରୂପରେଖ ତଥା ଶାନ୍ତି ଶୃଙ୍ଖଳାର ସହିତ କେମିତି ଯଜ୍ଞ କାର୍ଯ୍ୟ ସମାପନ ହେବ ସେ ନେଇ ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ତଥା ଭକ୍ତଙ୍କ ମତାମତ ଲୋଡ଼ିଥିଲେ । ଉକ୍ତ ପ୍ରସ୍ତୁତି ବୈଠକରେ ମନ୍ଦିର ଯଜ୍ଞ କାର୍ଯ୍ୟ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ସର୍ବ ସଂମ୍ମତି କ୍ରମେ ଉକ୍ତ କମିଟି ର ସଭାପତି ଭାବେ ଜୟଦେବ ମହାନ୍ତି, ଉପ ସଭାପତି ଭାବେ ପବିତ୍ର ରାଉତ, ସମ୍ପାଦକ ରାଜେନ୍ଦ୍ର ଡାକୁଆ, ସହ ସମ୍ପାଦକ ଶିବରାମ ବାରିକ ଏବଂ ନୀଳାମ୍ବର ସାହୁ, କୋଷାଧକ୍ଷ ଭାବେ ସୁରେନ୍ଦ୍ର ଜେନା ଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ଏପ୍ରିଲ ମାସରେ ଏହି ମହାନ ଯଜ୍ଞ କାର୍ଯ୍ୟ ହେବାକୁ ଥିବା ବେଳେ ଏହି ଯଜ୍ଞ କାର୍ଯ୍ୟ ପାଇଁ ସମସ୍ତଙ୍କ ମତାମତ ସମେତ ସହଯୋଗ ଲୋଡ଼ା ଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଆଖ ପାଖ ପଞ୍ଚାୟତର ବହୁ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବକ, ଶ୍ରଦ୍ଧାଳୁ ଯୋଗଦେଇ ନିଜର ମତ ରହିଥିଲେ ।ରିପୋର୍ଟ:ଦେବାଶିଷ ମହାରଣା
ଶନିଶ୍ଚର ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ


More Stories
କାର୍ତିକ ପୁର୍ଣିମା ଉପଲକ୍ଷେ “କହିବି କାହାକୁ ଦୁଃଖ କାହାଣୀ” ନାଟକକୁ ଉଦଘାଟନ କଲେ କୋଦଳା ଅଧ୍ୟକ୍ଷ।
ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିରାକରଣ ସଚେତନତା ଶୋଭାଯାତ୍ରା
ଓଡିଶା ସମେତ ୧୬ ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି।