ବେଗୁନିଆପଡା, (ଆମ ଓଡିଶା ଖବର ):ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ଠାରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଶ୍ରୀ ଦୁର୍ଗା ମାଧବ ଯୁବ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ହୋଇଥିବା ଏକ ଭିନ୍ନ ସ୍ୱାଦର ନାଟକ”କାହାକୁ କହିବି ଦୁଃଖ କାହାଣୀ”କୁ ବୁଧବାର ଦିନ ଶୁଭ ଉଦଘାଟନ କରିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ। ତାଳସର ଭଳି ଏକ କଳା ଐତିହ୍ୟ ସମ୍ପନ୍ନ ଭରା ମାଟିରେ ଏଭଳି ଏକ ସମାଜ ଉପଯୋଗୀ ନାଟକ ମଞ୍ଚସ୍ଥ ହେଉଥିବାରୁ ଯାତ୍ରା କମିଟି ସମେତ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରୀ ନାୟକ । ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ ଅଧକ୍ଷା ପ୍ରତିନିଧି ତଥା ବିଜେପି ଯୁବନେତା ବିଜୟ କୁମାର ଦୋରା ,ଅଙ୍ଗାରଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ବିଜେପି ପର୍ଯ୍ୟବେକ୍ଷକ ପ୍ରତିନିଧି କିଶୋର ଚନ୍ଦ୍ର ପରିଡା, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତିସଭ୍ୟ ମାଧବ ରାଉତ, ଜିଲ୍ଲା ଉପସଭାପତି ରବୀନ୍ଦ୍ର ମିସ୍ତ୍ରୀ,ଖଣ୍ଡିଆନଈ ସରପଞ୍ଚ ପଙ୍କଜ କୁମାର ସେଠି, ମଣ୍ଡଳ ଉପସଭାପତି ଲକ୍ଷ୍ମଣ ପାଣ୍ଡି, ବେଗୁନିଆପଡା ମଣ୍ଡଳ ପ୍ରତିନିଧି ସିମାଞ୍ଚଳ ମହାନ୍ତି, ଯୁବନେତା ଶ୍ରୀକାନ୍ତ ଜେନା, ବସନ୍ତ ଭୂୟାଁ, ପବିତ୍ର ସାମନ୍ତରାୟ, ସମାଜସେବୀ ନାରାୟଣ ସାହୁ,ଯୁବନେତା ନିରଞ୍ଜନ ସ୍ୱାଇଁ,ଯୁବ ଆଇନଜୀବି ପ୍ରଶାନ୍ତ ସାହୁ, ନୀଳାଞ୍ଚଳ ମହାରଣାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ମଞ୍ଚାସିନ ଅତିଥି ମାନେ ଗଞ୍ଜାମ ଓ ଓଡିଶା ର କଳା ସଂସ୍କୃତି ଉପରେ ଆଲୋଚନା କରିବା ସହ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ କରିଥିବା ପ୍ରୟାସକୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ବିକ୍ରମପୁର ଗ୍ରାମର ନାଟ୍ୟକାର ଓ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡା, ସହ ନିର୍ଦେଶକ ରାଜେନ୍ଦ୍ର ଭୂୟାଁ ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ନାଟକରେ ଯୋଗ ଦେଇ କଳା ଓ କଳାକାର ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ନାଟ୍ୟ ପରିଚାଳନା କମିଟି,ମନ୍ଦିର କମିଟି, ଗ୍ରାମବାସୀ, ଯୁବକ ସଂଘର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ ।
କାର୍ତିକ ପୁର୍ଣିମା ଉପଲକ୍ଷେ “କହିବି କାହାକୁ ଦୁଃଖ କାହାଣୀ” ନାଟକକୁ ଉଦଘାଟନ କଲେ କୋଦଳା ଅଧ୍ୟକ୍ଷ।


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?