ମୁକ୍ତା ଫାଉଣ୍ଡେସନ ପକ୍ଷରୁ ସ୍ଵପ୍ନ ମନ୍ଦିର ଜରାଶ୍ରମର ଅନ୍ତେବାସୀଙ୍କ ସହିତ ଆନନ୍ଦପୁର୍ଣ କାର୍ଯ୍ୟକ୍ରମ।

ଭୁବନେଶ୍ୱର, “ଆମ ଓଡିଶା ଖବର” ୮ ନଭେମ୍ବର ଦିନ କରୁଣା, ସେବା ଓ ସମର୍ପଣର ଭାବଧାରାରେ ଗଠିତ ମୁକ୍ତା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ସ୍ୱପ୍ନ ମନ୍ଦିର ଜରାଶ୍ରମଠାରେ ଆଶ୍ରମ ଅନ୍ତେବାସୀଙ୍କ ସହିତ ଏକ ମନୋରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ଟ୍ରଷ୍ଟି ବନ୍ଦନା ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସହ-ପ୍ରତିଷ୍ଠାତ୍ରୀ ସଙ୍ଘମିତ୍ରା ପାଢ଼ୀ, ଉପଦେଷ୍ଟା ପ୍ରୀତିଛନ୍ଦା ଧଳ ଏବଂ ବରିଷ୍ଠ କୋର କମିଟି ସଦସ୍ଯ ଚନ୍ଦନା ତ୍ରିପାଠୀ ଓ ଲୋପାମୁଦ୍ରା ଜେନା ପ୍ରମୁଖ ଯୋଗ ଦେଇ ଆଶ୍ରମର ଅନ୍ତେବାସୀଙ୍କ ସହିତ ଆନନ୍ଦପୂର୍ଣ୍ଣ ଆଲୋଚନା ତଥା ଉପହାର ବଣ୍ଟନ ସହିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
“ମୁକ୍ତା ଫାଉଣ୍ଡେସନର ଦୃଷ୍ଟିକୋଣ ହେଉଛି ଆବଶ୍ୟକତା ଥିବା ଲୋକଙ୍କ ପାଇଁ ସମର୍ଥନର ହାତ ବଢ଼େଇବା। ଶ୍ରଦ୍ଧା ଓ ସମ୍ମାନର ସହ ଜୀବନର ଅନ୍ତିମ ସମୟ ଅତିବାହିତ କରିବା ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଅସହାୟତା ମନକୁ ଆନ୍ଦୋଳିତ କରେ। ସେମାନଙ୍କ ପାଇଁ ଯାହା କିଛି ସମ୍ଭବ ମୁକ୍ତା ଫାଉଣ୍ଡେସନ ପକ୍ଷରୁ ତାହା କରାଯିବା ପାଇଁ ଶ୍ରୀମତୀ ପଣ୍ଡା ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଶ୍ରମର ଅନ୍ତେବାସୀ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ନିଜ ଜୀବନରେ ଅନେକ ଘଟଣାବଳୀ ସମ୍ପର୍କରେ ଆଲୋଚନା କରିବା ସହିତ ମୁକ୍ତା ଫାଉଣ୍ଡେସନର ଏହି ସୁନ୍ଦର ପ୍ରୟାସ ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!