ଖାର୍ଦା”ଆମ ଓଡିଶା ଖବର” ୮ ନଭେମ୍ବର ଶୁକ୍ରବାର ଦିନ, ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଲୀଳା କ୍ଷେତ୍ର ଖୋରଧା ସହରରେ ନଗର କୀର୍ତନ୍ ପରିକ୍ରମା ହୋଇଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ଭକ୍ତ ଙ୍କୁ ନେଇ ସହରରେ ପଞ୍ଚକୋସି ପରିକ୍ରମା କରିଥିଲେ।ଶ୍ରୀଚୈତନ୍ୟ୍ ବିହାର ଠାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଶ୍ରୀ ଭକ୍ତି ଦୟିତ ବୋଧ୍ୟାୟନ୍ ମହାରାଜଙ୍କ କରକମଳରେ ଆସୋସିଏସନ୍ ପକ୍ଷରୁ ପ୍ରକାଶିତ ନୂତନ ପୁସ୍ତକ “ଶ୍ରୀ ଚୈତନ୍ଯ ଚାଳିଶା “ଉନ୍ମୋଚିତ ହୋଇଥିଲା। ମୂଖ୍ୟ ବକ୍ତା ଶ୍ରୀ ଚୈତନ୍ଯ ଗବେଷକ ଜାନକୀ ବଲ୍ଲଭ ପଟ୍ଟନାୟକ ଯୋଗଦେଇ ଶ୍ରୀ ଚୈତନ୍ଯଙ୍କ ସଙ୍କିର୍ତନ୍ ଓ ନାମ୍ ପ୍ରେମରେ ବିଶ୍ବର ଶାନ୍ତି ସହିତ ଭାଇ ଚାରାର ଅଭିବୃଦ୍ଧି ଆଣି ପାରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସାଗର ମହାରାଜ, ପଣ୍ଡିତ ଗୋପବନ୍ଧୁ ପଣ୍ଡା , ପ୍ରବଚକ ହାଲୂ ପ୍ରଧାନ, ଯୁଧିଷ୍ଠିର ଛୁଆଳ ସିହ, ଜୋଗେସ୍ଵର୍ ସିଂହ, ବନ୍ଦୀତା ରାଣୀ ପଟ୍ଟନାୟକ, ବ୍ରଜ ବାବା ଅନନ୍ତ ହରି ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ୟ୍ଯକ୍ରମକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାୟକ ସଂଜୋଯନା କରି ଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।