ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଓଡିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ କ୍ରିକେଟ ଆସୋସିଏସନ୍ ଅଫ୍ ଦି ଡିଷ୍ଟ୍ରିକ୍ ଖୋର୍ଦ୍ଧା ଦ୍ଵାରା ପରିଚାଳିତ ଖୋର୍ଦ୍ଧା ଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଖୋର୍ଦ୍ଧା ସ୍କୁଲ ସମୁହ ଗ୍ରୀନ ଦଳ ବ୍ଲୁ ଦଳକୁ କ୍ରିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ବ୍ଲୁ ଦଳ ପ୍ରଥମେ ବ୍ୟାଟିଂ କରି ଇନ୍ଦୁରୁ ବର୍ଦ୍ଧନଙ୍କ ୫୮ ରନ ଏବଂ କୈଶିକ ମହାନ୍ତି ଙ୍କ ୨୨ ରନ ସହାୟତାରେ ୪୦ ଓଭରରେ ସମସ୍ତ ୱ୍ବିକେଟ ହରାଇ ୧୭୬ ରନ କରିଥିଲେ। ଗ୍ରୀନ ପକ୍ଷରୁ ଜଗନ୍ନାଥ ବେହେରା ହ୍ୟାଟ୍ରିକ ୱ୍ବିକେଟ ସହିତ ୩୪ ରନର ବିଜୟରେ ସର୍ବାଧିକ ୪ଟି ଏବଂ ଓମ୍ ପ୍ରକାଶ ସାହୁ ୧୪ ରନରେ ୩ଟି ୱ୍ବିକେଟ ଅକ୍ତିଆର କରିଥିଲେ। ପ୍ରତ୍ୟୁତ୍ତରରେ ଦେବାଶୁଂ ଜେନାଙ୍କ ୬୨ ରନ ସାଇ ସ୍ମୃତି ଙ୍କ ୨୯ ରନ ୩୩.୧ ଓଭରରେ ୪ ଟି ୱିକେଟ ହରାଇ ସଂଗ୍ରହ କରି ନେଇଥିଲେ। ପ୍ରାରମ୍ଭରେ ଆସୋସିଏସନର ଯୁଗ୍ମ ସମ୍ପାଦକ ସମୀର ବଳିୟାରସିଂହ ଏବଂ କୋଷାଧ୍ୟକ୍ଷ ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ଖେଳ ଟିକୁ ପରିଚାଳନା କରୁଥିଲେ ଚନ୍ଦ୍ର ମୋହନ ବରାଳ ଏବଂ ଅବଦୁଲ ରହିମ୍ ଖାଁ ସ୍କୋରର ଦାୟିତ୍ଵରେ ସୁଶିଲ ସୁନ୍ଦରାୟ ଏବଂ ମ୍ୟାଚ ରେଫରୀ ଦାୟିତ୍ଵ ସରୋଜ ପାତ୍ର ତୁଲାଇଥିଲେ ।
ଖୋର୍ଦ୍ଧା ଜିଲ୍ଲା ଆନ୍ତଃସ୍କୁଲ କ୍ରିକେଟ ଗ୍ରୀନ ଏକାଦଶ ବିଜୟୀ l


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫