ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜାତୀୟ ସମାବେଶ ରେ ଖୋର୍ଦ୍ଧାଜିଲ୍ଲା ର ଯୋଗଦାନ

ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର ) ଡେଲାଙ୍ଗ ତା ୧୦-୧୧-୨୫ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ୧୭ ତମ ରାଷ୍ଟ୍ରୀୟ ସାହିତ୍ୟ ସମାବେଶ ମଧ୍ୟ ପ୍ରଦେଶ ର ରେବା ସହରରେ ଅନୁଷ୍ଠିତ ହୋଇ ଯାଇଛି | ନଭେମ୍ବର ୭ ରୁ ୯ ପର୍ଯ୍ୟନ୍ତ ଏହି ତିନିଦିନିଆ ସାହିତ୍ୟ ସମାବେଶରେ ଓଡିଶାରୁ ୭୭ ଜଣ ଭିତରେ କନ୍ଧମାଳରୁ ୪ ଜଣ ଯୋଗ ଦେଇଥିଲେ | ଉଦଘାଟନ ଉତ୍ସବରେ ଭାରତର ପୂର୍ବତନ ରାଷ୍ଟ୍ରପତି ମାନନୀୟ ରାମନାଥ କୋବିନ୍ଦ,ମଧ୍ୟ ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଶୁକ୍ଲ, ବିଶିଷ୍ଟ ସାହିତ୍ୟିକ ବିଶ୍ୱାସ ମହୀପତି ପାଟିଲ ଓ ଡ଼ ଋଷିକୁମାର ଉପସ୍ଥିତ ରହି ଆତ୍ମବୋଧରୁ ବିଶ୍ଵବୋଧ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସାରଗର୍ଭକ ଅଭିଭାଷଣ ରଖିଥିଲେ | ବିଭିନ୍ନ ଦିନରେ ଯୋଗ ଦେଇଥିବା ଚନ୍ଦ୍ରକାନ୍ତ ତିୱାରୀ, ଶ୍ରୀଧର ପରାଢ଼କର, ମନୋଜ ଜି, ପବନପୁତ୍ର ବାଦଲ, ବି ଏନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ହୋଇ ପ୍ରେରଣାପ୍ରଦ ଆଲୋଚନା କରିଥିଲେ | ଏଥିରେ ସଙ୍ଘର ଶହେ ବର୍ଷ ଉପଲକ୍ଷେ ପଞ୍ଚ ପରିବର୍ତ୍ତନ ପର୍ଯ୍ୟବରଣ, ସ୍ୱ ବୋଧ, ନାଗରିକ କର୍ତ୍ତବ୍ୟ, କୁଟୁମ୍ବ ପ୍ରବନ୍ଧନ, ସ୍ବଦେଶୀ ଜାଗରଣ ଆଦି ଉପରେ ଆଲୋଚନା ହେବା ସହ ଆତ୍ମବୋଧ ରୁ ବିଶ୍ଵବୋଧ ଉପରେ ଚର୍ଚ୍ଚା, ଆଲୋଚନା, ବିମର୍ଶ ହୋଇଥିଲା | ଏଥିରେ କେନ୍ଦ୍ରୀୟ କର୍ମକର୍ତ୍ତା ଙ୍କ ସହ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 1500 ରୁ ଉର୍ଦ୍ଧ୍ୱ ସାହିତ୍ୟିକ, ଗବେଷକ, ଐତିହାସିକ, ସମ୍ପାଦକ, ପ୍ରକାଶକ ଓ ପାଠକ ଉପସ୍ଥିତ ଥିଲେ |
ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଡ଼ ପ୍ରମୋଦିନୀ ଜେନା, ଚିନ୍ମୟ ବୋଡେ଼, ଭ୍ରମର ବର ସାହୁ, ନୀଳାମ୍ବର ମିଶ୍ର, ପ୍ରସନ୍ନ କୁମାର ବେହେରା, ଶୁଭେନ୍ଦୁ ରାଉତରାୟ, ଡ଼ ଅଭୟ ନାୟକ ଉପସ୍ଥିତ ରହି ସମ୍ମିଳନୀରେ ଭାଗ ନେଇଥିଲା | ଶ୍ରୀ କୈଳାସ ଧଳ କବିତା ପାଠ କରିଥିଲା ବେଳେ ଶ୍ରୀ ସନ୍ତୋଷ ତ୍ରିପାଠୀ ଗୋଟେ ସତ୍ରରେ ମଞ୍ଚ ସଂଚାଳନ କରିଥିଲେ | ଓଡିଶାର ସାହିତ୍ୟ ପରିଷଦର ସଭାପତି ତଥା ନାଇଜର ର ପୂର୍ବତନ କୁଳ ସଚିବ ଡ଼ ଅଭୟ କୁମାର ନାୟକ, ପ୍ରାନ୍ତ ସଂଯୋଜକ ନାରାୟଣ ନାୟକ ଓ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ ଆଦି ଅଧିକାରୀମାନେ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |

ଡେଲାଙ୍ଗ/ ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!