ଖୋରଧା, “ଆମ ଓଡ଼ିଶା ଖବର” ୧୫ ନଭେମ୍ବର ଶନିବାର ଏକାଦଶୀ ଉପଲକ୍ଷେ ଆୟୋଜିତ ସମାବେଶରେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାରସ୍ଥ ଶ୍ରୀଗୌର ଜଗନ୍ନାଥ ମନ୍ଦିର ରେ ଠାକୁରଙ୍କ ଆଳତୀ ମନ୍ଦିର ପରିକ୍ରମା ପରେ ମହଦୀପ ପ୍ରଦାନ କରାଯାଇଛି।ତା ପରେ “ଉର୍ଦ୍ଧମ୍ନାୟ ତନ୍ତ୍ର “ନାମକ ଏକ ପ୍ରାଚୀନ ଦୁଲଭ ବୈଷ୍ଣବ ତନ୍ତ୍ର ଯାହା ଶିବ ପାର୍ବତୀଙ୍କୁ କହିଥିଲେ ତାହା ଆସୋସିଏସନ ପକ୍ଷରୁ ପ୍ରକାଶ କରାଯାଇ ଲୋକାର୍ପିତ ହୋଇଥିଲା।ଏଥିରେ ଶ୍ରୀବୋଧାୟନ୍ ମହାରାଜ, ଅନନ୍ତ ହରିବାବା, ବ୍ରଜ ବାବା, ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଜନାକୀ ବଲ୍ଲଭ ପଟ୍ଟନାୟକ, ସଞ୍ଜୁକ୍ତା ସାହୁ, ଜଗଦୀଶ ପ୍ରସାଦ ପଟ୍ଟନାୟକ, ଅଧିବକ୍ତା ଅମରେଶ ପଟ୍ଟନାୟକ, ଡ଼ା ଗୌର ହରି ପଣ୍ଡା,ଶିଶିର ରାଉତ, ସନ୍ତୋଷୀ ସାହୁ, କାଦମ୍ବିନୀ ସାମନ୍ତରାୟ ଆଦି ଯୋଗ ଦେଇଥିଲେ। ଏ ସମସ୍ତ ଅନୁଷ୍ଠାନକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ ସଂ ଜୋଯନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।