ସ୍ବେଛାସେବୀମାନେ ସମାଜ ପରିବର୍ତ୍ତନର ବାହକ l

ଖୋର୍ଦ୍ଧଜିଲ୍ଲା ରେଡକ୍ରସ ଶିକ୍ଷା ତାଲିମ ଶିବିର ଉଦଯାପିତ  l

ଚିଲିକା (ଆମ ଓଡିଶା ଖବର ) ବାଲୁଗାଁ ମହାବିଦ୍ୟାଳୟ  ଯୁବ ରେଡକ୍ରସ ଦ୍ୱାରା ଆୟୋଜିତ ତିନିଦିନିଆ  ଜିଲ୍ଲା ସ୍ତରୀୟ ଶିକ୍ଷା ତାଲିମ ଶିବିର   ଆଜି ଉଦଯାପିତ ହୋଇଯାଇଛି.ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା  ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗଦେଇ କହିଲେ ଯେ ସ୍ବେଛାସେବୀମାନେ ହେଉଛନ୍ତି ଆମ ସମାଜର ପରିବର୍ତ୍ତନର ବାହକ.ସେମାନେ ଯେ କୌଣସି ପରିବର୍ତ୍ତନ ଚାହିଁବେ ତାହା ସମ୍ଭବ କରିପାରିବେ.ଚିଲିକାର ଅତିଥିପକ୍ଷୀ ମାନଙ୍କ ସୁରକ୍ଷା ଓ ସଚେତନତାରେ ସେମାନଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ. ଉକ୍ତ ସଭାରେ ରେଡକ୍ରସ ତାଲିମଦାତା ଡ଼କ୍ଟର ତ୍ରିନାଥ କୁମାର ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡକ୍ରସ ସ୍ବେଛାସେବୀ ମାନଙ୍କ ଦାୟିତ୍ୱବଦ୍ଧତା  ସମ୍ପର୍କରେ ଆଲୋଚନା କରିଥିଲେ. ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ମଞ୍ଚ ସଂଯୋଜନା କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ  ଅଧ୍ୟାପକ ଧୋବି ଚରଣ ପରିଡା.ଜିଲ୍ଲା ରେଡକ୍ରସ ସଂଯୋଜକ ରଞ୍ଜନ କୁମାର ମହାପାତ୍ର ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ତାଲିମ ଶିବିରରେ ଅଧିକ ସଂଖ୍ୟକ ସ୍ବେଛାସେବୀ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ.ଧନ୍ୟବାଦ ଦେଇଥିଲେ ଶିବିର ସଂଯୋଜିକା ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ.ଏହି ଶିବିରରେ ଦୁଇଦିନ ଧରି ସ୍ବେଛାସେବୀ ମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଓ ଶିକ୍ଷା ପ୍ରଦାନ କରିଥିବା ତାଲିମଦାତା ଡ଼କ୍ଟର ବି.ଗୋବିନ୍ଦ ରାଓ,ଡ଼କ୍ଟର ଲୋକନାଥ ମହାନ୍ତି,ଡ଼କ୍ଟର ଅଜୟ କୁମାର ତ୍ରିପାଠୀ,ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ,ଅନନ୍ତ ଚରଣ ଖଟେଇ,ସୁଦେଶ କୁମାର ସେଠି,ବବୁଲ କୁମାର ସ୍ୱାଇଁଙ୍କର ଭୂମିକା ଶିବିର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା. ଏହି ଶିବିରରେ ଶ୍ରେଷ୍ଠ ରେଡକ୍ରସ ପରାମର୍ଶଦାତା ଭାବେ ଅଧ୍ୟାପିକା ପୁଷ୍ପାଞ୍ଜଳି ନରେନ୍ଦ୍ର ଓ ଅଧ୍ୟାପକ ରବି ଶଙ୍କର ହୋତାଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ.ସେହିଭଳି ଶ୍ରେଷ୍ଠ ସ୍ବେଛାସେବୀ ଭାବେ ଅମରେଶ ମହାପାତ୍ର ଓ ଚିନ୍ମୟୀ ତରାଇଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ. ସ୍ବେଛାସେବୀମାନଙ୍କ  ବୌଦ୍ଧିକ ଜ୍ଞାନ ,ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶ ପାଇଁ ଅନୁଷ୍ଠିତ ପ୍ରବନ୍ଧ,ବକ୍ତୃତା,ଚିତ୍ରାଙ୍କନ ,କୁଇଜ, କଣ୍ଠ ସଂଗୀତ,ଓ ନୃତ୍ୟ ପ୍ରତିଯୋଗିତା କରାଯାଇ ଶିବିରର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା  l

error: Content is protected !!