ଖୋର୍ଦ୍ଧା, “ଆମ ଓଡ଼ିଶା ଖବର” ନିରାକାରପୁର ପୋଲିସ୍ ପକ୍ଷରୁ ଚାଲିଥିବା ଆକସ୍ମିକ ଅଭିଯାନରେ ୪୪ ଲିଟର ୯୭୫ ମିଲି ବିଦେଶୀ ମଦ ଜବତ। ଅବୈଧ ବିଦେଶୀ ମଦ ବିକ୍ରୟ କରୁଥିବା ଆଡାକୁ ସଫଳତାର ସହ ଚିହ୍ନଟ କରିଛି ପୋଲିସ। ପୋଲିସ୍ ଦଳ ବିକ୍ରୟ ଆଡାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି।
୪୪ ଲିଟର ୯୭୫ ମି.ଲି. ବିଦେଶୀ ମଦ,ଏକ ସ୍କୁଟି, ଯାହା ଅବୈଧ ମଦ ପରିବହନ ପାଇଁ ବ୍ୟବହୃତ ହେଉଥିଲା, ତାହା ଜବତ କରିଛି ପୋଲିସ।
ଅଭିଯୁକ୍ତଙ୍କ ବିରୋଧରେ ସମ୍ପର୍କିତ ଆଇନ ଅନୁଯାୟୀ କେସ୍ ରୁଜୁ କରାଯାଇଛି। ଏହି ପଦକ୍ଷେପ ଖୋର୍ଦ୍ଧା ପୋଲିସ୍ଙ୍କ ପକ୍ଷରୁ ଅବୈଧ ମଦ ବ୍ୟାପାର ନିମନ୍ତେ ଚାଲୁଥିବା କଡା ଅଭିଯାନର ଅଂଶ।
ଖୋର୍ଦ୍ଧା ପୋଲିସ୍ ଆଇନର ପାଳନ, ସାର୍ବଜନୀନ ସୁରକ୍ଷା ଏବଂ ଅବୈଧ କାରବାର ବିରୋଧରେ ନିରନ୍ତର ଦୃଢ଼ ପଦକ୍ଷେପ ଜାରି ରଖୁଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ନିରାକାରପୁର ପୋଲିସ ଦ୍ୱାରା ଅବୈଧ ବିଦେଶୀ ମଦ ଜବତ; ଜଣେ ଗିରଫ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।