ଚୋରା ବାଲି ଚାଲାଣ ଗାଡିକୁ ଜବତ କଲା ପୋଲିସ l

ବେଗୁନିଆପଡା, (ଆମ ଓଡିଶା ଖବର):
ଦିନ ଦ୍ବିପହରରେ ଲୁଟ । ବାଲି ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାଲି ମାଫିଆଙ୍କ ରାଜ ରେ ସରକାର ହରାଉଛନ୍ତି କୋଟି କୋଟି ଟଙ୍କା ଟିକସ । ସରକାରଙ୍କ କଟକଣା ଓ ନିୟମ କାନୁନକୁ ବାଏ ବାଏ କରି ଚୋରା ଚାଲାଣ ରେ ବାଲି ମାଫିଆ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ଥାନା ଅଂଚଳରେ ।ଶନିବାର ରାତିରେ ପୋଲିସ ମାଗୁରଣୀ ଚାଞ୍ଚରା ଛକ ପୂର୍ତ୍ତ ରାସ୍ତା ନିକଟରେ ଗାଡ ଯାଞ୍ଚ ସମୟରେ ଗୋଟିଏ ଟାଟା ଟିପର OD 07 B 2777 ଗାଡିକୁ ଅଟକାଇ ଥିଲେ । ଉକ୍ତ ଗାଡ଼ିରେ ଚୋରା ବାଲି ଚାଲାଣ ହେଉଥିବା ଜାଣି ପାରିଥିଲା ପୋଲିସ । ଉକ୍ତ ଗାଡ଼ିରେ ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ନଦୀ ରୁ ଅଙ୍ଗାରଗାଁ ବାଲି ଚାଲାଣ ହେଉଥିବା ଜଣା ପଡିଥିଲା । ଉକ୍ତ ଗାଡିର ଡ୍ରାଇଭର ପୋଲସରା ଥାନା ଅନ୍ତର୍ଗତ ଭାଟ ଖାଲି ଗ୍ରାମର ସିମାଞ୍ଚଳ ସ୍ୱାଇଁ ଙ୍କ ପୁଅ ସୁଚିତ୍ର ସ୍ୱାଇଁ ଆବଶ୍ୟକ କାଗଜ ପତ୍ର ଯାଞ୍ଚ ବେଳେ ଦେଖାଇ ପାରି ନ ଥିଲେ । ବେଗୁନିଆପଡା ପୋଲିସ ଗାଡିକୁ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!