ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳନ ସହିତ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ।

ଜଟଣୀ, “ଆମ ଓଡ଼ିଶା ଖବର” ୨୬ ନଭେମ୍ବର ୨୦୨୫ ଦିନ ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୭୬ତମ ଜାତୀୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବାଳକୃଷ୍ଣ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ‘ଭାରତର ସାର୍ବଭୌମ ପ୍ରତି ଆହ୍ଵାନ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏତଦବ୍ୟତୀତ ମହାବିଦ୍ୟାଳୟ ପରିସରରୁ ହରିଭାଇନା ଛକ ପର୍ଯ୍ୟନ୍ତ ଏକ ଜନସଚେତନତା ସମ୍ପର୍କିତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସମ୍ମାରାଣୀ ମଲ୍ଲିକ ଉକ୍ତ ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସମ୍ବିଧାନର ମୂଲ୍ୟବୋଧ ସଂପର୍କରେ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଡ. ଅନୁପ କୁମାର ମହାନ୍ତି, ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବିତ ଅଧିକାରୀ ଡ. ଅମିତ୍ ବିକ୍ରମ ପଟ୍ଟନାୟକ, ବିଭାଗୀୟ ଅଧ୍ୟାପିକା ଶାନ୍ତିଲତା ସାହୁ ଓ ଅଧ୍ୟାପକ ଦୀପ୍ ସୁନ୍ଦର ବେହେରା ସମ୍ବିଧାନର ଗୁରୁତ୍ଵ ଏବଂ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ଜାତୀୟ ସଂଙ୍ଗୀତ ଗାନ କରିବା

ପରେ ସାମୂହିକ ଭାବେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରସ୍ତାବନା ପାଠ ସହିତ ଶପଥ ଗ୍ରହଣ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା। ସର୍ବୋଚ୍ଚ ଉପସ୍ଥାନ ହାସଲ କରିଥିବା +୩ ତୃତୀୟ ବର୍ଷର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଓ +୩ ୨ୟ ବର୍ଷର ଛାତ୍ର ଅଭିରାମ ସାହୁଙ୍କୁ ଡଃ ବି.ଆର.ଆମ୍ବେଦକର ମେମୋରିଆଲ୍ ପ୍ରାଇଜ ପ୍ରଦାନ କରାଯାଇଥିଲା । ସଭା ଶେଷରେ ଅଧ୍ୟାପକ ଦୀପ୍ ସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ କଲେଜ ପରିସରରୁ ହରିଭାଇନା ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାକୁ ଅଧ୍ୟକ୍ଷ ପତକା ହଲାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ୩ଶହରୁ ଉର୍ଦ୍ଧ୍ବ ଛାତ୍ରଛତ୍ରୀମାନେ ଫ୍ଲା କାର୍ଡ଼, ବ୍ୟାନର ଧରି ଓ ସମ୍ବିଧାନ ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ଶୋଭାଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ ଶୋଭାଯାତ୍ରାଟି ରାଜନୀତି ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଓଡ଼ିଆ ବିଭାଗର ମୁଖ୍ୟ ଡ. ତପନ ମିଶ୍ରଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!