ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର ) ଡେଲାଙ୍ଗ- ଜାତୀୟ ପ୍ରେସ ଦିବସ -୨୦୨୫ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଉତ୍ସବ ରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜଟଣୀ ର ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁ ଙ୍କୁ ସମ୍ମାନିତ କରାଯାଇଛି । ୧୯୮୪ରେ ଶ୍ରୀ ସ୍ୱାଇଁ ପ୍ରଥମେ ଦୈନିକ ‘ପ୍ରଜାତନ୍ତ୍ର’ରେ ଜଟଣୀ ସମ୍ବାଦଦାତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଦୈନିକ ‘ପ୍ରଜାତନ୍ତ୍ର’ର ସରକାରୀ ଅଧିସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ଭାବେ ଖୋର୍ଦ୍ଧା ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ମାନ୍ୟତା ପାଇ ଖୋର୍ଦ୍ଧା ଓ ଜଟଣୀରେ କାର୍ଯ୍ୟ କରିଥିଲେ । ୨୦୦୧ରୁ ୨୦୨୪ ଦୈନିକ ‘ସମାଜ’ର ଜଟଣୀ ପ୍ରତିନିଧି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ୨୦୨୪ ଓ ୨୦୨୫ରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଅନେକ ଥର ବିଭିନ୍ନ ସ୍ଥାନରେ ସଂମାନିତ ଏବଂ ସମ୍ଭର୍ଦ୍ଧିତ ହୋଇଛନ୍ତି। ଉକ୍ତ ଉତ୍ସବରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ମଧ୍ୟରେ ବିଚାରପତି ବିଶ୍ୱନାଥ ରଥ, ବିଚାରପତି ଶତ୍ରୁଘନ ପୂଜାରୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ଦୀପକ ମାଲବ୍ୟ ଉପସ୍ଥିତ ରହିଛନ୍ତି । ଜଟଣୀ ସହରର ପ୍ରମୁଖ ବ୍ୟକ୍ତିଵିଶେଷ ମାନଙ୍କ ପାଖରୁ ଶୁଭେଚ୍ଛା ଏବଂ ଅଭିନ୍ଦନ ସୁଅ ଛୁଟିଛି।ଡେଲାଙ୍ଗ / ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁଙ୍କୁ ସମ୍ମାନିତ l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।