ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର ) ଡେଲାଙ୍ଗ- ଜାତୀୟ ପ୍ରେସ ଦିବସ -୨୦୨୫ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଉତ୍ସବ ରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜଟଣୀ ର ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁ ଙ୍କୁ ସମ୍ମାନିତ କରାଯାଇଛି । ୧୯୮୪ରେ ଶ୍ରୀ ସ୍ୱାଇଁ ପ୍ରଥମେ ଦୈନିକ ‘ପ୍ରଜାତନ୍ତ୍ର’ରେ ଜଟଣୀ ସମ୍ବାଦଦାତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଦୈନିକ ‘ପ୍ରଜାତନ୍ତ୍ର’ର ସରକାରୀ ଅଧିସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ଭାବେ ଖୋର୍ଦ୍ଧା ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ମାନ୍ୟତା ପାଇ ଖୋର୍ଦ୍ଧା ଓ ଜଟଣୀରେ କାର୍ଯ୍ୟ କରିଥିଲେ । ୨୦୦୧ରୁ ୨୦୨୪ ଦୈନିକ ‘ସମାଜ’ର ଜଟଣୀ ପ୍ରତିନିଧି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ୨୦୨୪ ଓ ୨୦୨୫ରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଅନେକ ଥର ବିଭିନ୍ନ ସ୍ଥାନରେ ସଂମାନିତ ଏବଂ ସମ୍ଭର୍ଦ୍ଧିତ ହୋଇଛନ୍ତି। ଉକ୍ତ ଉତ୍ସବରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ମଧ୍ୟରେ ବିଚାରପତି ବିଶ୍ୱନାଥ ରଥ, ବିଚାରପତି ଶତ୍ରୁଘନ ପୂଜାରୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ଦୀପକ ମାଲବ୍ୟ ଉପସ୍ଥିତ ରହିଛନ୍ତି । ଜଟଣୀ ସହରର ପ୍ରମୁଖ ବ୍ୟକ୍ତିଵିଶେଷ ମାନଙ୍କ ପାଖରୁ ଶୁଭେଚ୍ଛା ଏବଂ ଅଭିନ୍ଦନ ସୁଅ ଛୁଟିଛି।ଡେଲାଙ୍ଗ / ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁଙ୍କୁ ସମ୍ମାନିତ l


More Stories
ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳନ ସହିତ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ।
କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଣ୍ଟ ମୁକୁନ୍ଦପ୍ରସାଦ ଓ ମଞ୍ଚେଶ୍ୱର୍ ବିଜୟୀ l
ମା ନାରାୟଣୀଙ୍କ ପୀଠରେ ଆମ ଆଦମୀ ପାର୍ଟି ର ୧୩ତମ ପ୍ରତିଷ୍ଠା ଦିବସ ତଥା ସମ୍ବିଧାନ ଦିବସ ପାଳିତ ।