ଜଟଣୀ, “ଆମ ଓଡ଼ିଶା ଖବର” ୩୦ ନଭେମ୍ବର, ରବିବାର ଦିନ ଜଟଣୀଶାଖା ଚିନ୍ମୟ ମିଶନସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ବାର୍ଷିକ ଉତ୍ସବ ସ୍ବାମୀ ଈଶାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଭବାନିପାଟଣା ଚିନ୍ମୟ ମିଶନର ସ୍ବାମୀ ଚନ୍ଦ୍ରଶେଖର ସରସ୍ୱତୀଙ୍କ ଦ୍ୱାରା ଶ୍ରୀ ମଦ୍ ଭଗବତ୍ ଗୀତା ଅଷ୍ଟାଦଶ ଅଧ୍ୟାୟ ଗୀତା ଯଜ୍ଞ ୨୮,୨୯, ୩୦ତାରିଖ ତିନିଦିନ ଧରି ବିଧିବିଧାନ ଅନୁସାରେ ସଂପନ୍ନ ହୋଇଛି। ସ୍ବାମୀଜୀଙ୍କ ଦ୍ବାରା ମା ଲକ୍ଷ୍ମୀ, ବିମଳା, ସରସ୍ୱତୀ, ହନୁମାନ ଓ ରାଧାକୃଷ୍ଣଙ୍କ ଶ୍ରୀ ବିଗ୍ରହ ମାନଂକର ପ୍ରତିଷ୍ଠା କରାଯାଇଛି। ୩୦ତାରିଖ ଦିନ ମହାପ୍ରଭୁଙ୍କ ମହାସ୍ନାନ, ମଙ୍ଗଳ ଆଳତି, ଭୋଗ ପୂଜା ସହିତ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ବହୁ ଶ୍ରଦ୍ଧାଳୁ ଯୋଗଦେଇ ପ୍ରାସାଦ ସେବନ କରିଥିଲେ। ଉପଦେଷ୍ଟା ଶ୍ରୀ ସୀତାକାନ୍ତ ଶତପଥୀ, ଶ୍ରୀ ପଦ୍ମନାଭ ପାଣିଗ୍ରାହୀ, ସମ୍ପାଦକ ଅଶୋକ କୁମାର ଶତପଥୀ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଧୀର ପଟ୍ଟନାୟକ, ବିଜୟକୁମାର ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ପତି, ସନ୍ତୋଷ କୁମାର ଦାଶ, ଡ: ସୁକାନ୍ତି ମହାପାତ୍ର, ଦେବ ପଟ୍ଟନାୟକ ଏବଂ ମନ୍ଦିରର ପୂଜକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ହୋଇଯାଇଛି। ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯଜ୍ଞ ଆହୁତିକୁ ଦ୍ରବ୍ଯ ପ୍ରଦାନ କରିଥିଲେ। ସନ୍ଧ୍ୟା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଦର୍ଶକ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।