( ଦୟା ସଭାପତି ପ୍ରୀତେସ ସମ୍ପାଦକ ଓ ମଧୁ କୋଷାଧ୍ୟକ୍ଷ)
କଳାହାଣ୍ଡି ୦୩/୧୨(ଆମ ଓଡିଶା ଖବର) କେସିଙ୍ଗା ରେ ଥିବା ସାମ୍ବାଦିକ ମହାସଂଘ ର ଏକ ବୈଠକ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ସଭାପତିତ୍ବରେ ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିଲା।କେସିଙ୍ଗା ର ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇ ଶେଷରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।ମହାସଂଘ ର ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଆଗରୁ ସମ୍ପାଦକ ଥିବା ଦୟା ସୁନାନୀ ଙ୍କୁ ସର୍ବସମ୍ମତି କ୍ରମେ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ସମ୍ପାଦକ ଭାବରେ ସାମ୍ବାଦିକ ପ୍ରୀତେସ ପଟେଲ ଙ୍କୁ ଚୟନ କରାଯାଇଥିଲା।ସେହିପରି ସାମ୍ବାଦିକ ମଧୁସୂଦନ ଠାକୁର ଙ୍କୁ ସଂଘର ନୂତନ କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ଦାଇତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ଉପ ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଆଗାଜାନ୍, ମଧୁ ସିନ୍ଦୁର ଶିବପ୍ରସାଦ ସାହୁ ଓ ମନୋଜ ସିଂ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବରେ ,ବଳରାମ ନାଏକ ଓ ତେଜରାଜ ସାହୁ ସାଂଗଠାନିକ ସମ୍ପାଦକ ଭାବରେ ବିବେକ ଦାସ,ମିଡ଼ିଆ ସେଲ ସମ୍ପାଦକ ଭାବରେ ସଂଗ୍ରାମ କେଶରୀ ଦେଓ ଏବଂ ଉପଦେଷ୍ଟା କମିଟି ରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରମଣି ସ୍ୱାଇଁ, ସୁଶାନ୍ତ ମହାପାତ୍ର , ସୁରେଶ ଅଗ୍ରୱାଲ, ଯଯାତୀ କେଶରୀ ଦେଓ ଙ୍କୁ ଚୟନ କରାଯାଇଥିଲା।
ରିପୋଟର -ସୁରେଶ ଚନ୍ଦ୍ର ସୁନା


More Stories
28ତମ କଳାହାଣ୍ଡି ଉତ୍ସବ ଘୁମୁରା – 2026 ପ୍ରସ୍ତୁତି ବୈଠକ ।
ଜିଲ୍ଳା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ।
ଅଙ୍ଗନୱାଡି କେନ୍ଦ୍ର ରେ କୁନି କୁନି ଛାତ୍ର ଛାତ୍ରୀ କୁ ପୁଷ୍ଟିକର ଖାଦ୍ୟ କାହାପାଇଁ l