ଖୋର୍ଦ୍ଧା, “ଆମ ଓଡ଼ିଶା ଖବର” ୪ ଅକ୍ଟୋବର ଦିନ ନିକଟସ୍ଥ ପଲ୍ଲା ତୋଟାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୋର୍ଦ୍ଧା ପଞ୍ଚାୟତ ସମିତି ସ୍ଥରୀୟ ଏକ ଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜବାହରଲାଲ ସୁବୁଦ୍ଧି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନଟବର ସ୍ଵାଇଁ ଅତିଥି ଭାବରେ, ପ୍ରଶିକ୍ଷକ ଭାବରେ ଶ୍ରୀଯୁକ୍ତ ତୋଫାନ କୁମାର ରାଉତରାୟ ଓ କୁମାରୀ ଲକ୍ଷ୍ମୀପ୍ରିୟା ସାହୁ ପ୍ରବୃତ୍ତି ଯୋଗଦାନ କରି ୪୦ ଜଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ୪ ଗୋଟି ଅଧିବେଶନରେ ତାଲିମ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ମହାକୁଡ଼ କାର୍ଯ୍ୟକ୍ରମକୁ ପରିଋଳନା କରିଥିଲେ। ଏହି ପଞ୍ଚାୟତ ସମିତି ସ୍ତରୀୟ ଏକଦିନିଆ କର୍ମଶାଳାକୁ ସହଯୋଗ କରିଥିଲେ ଶ୍ରୀମତୀ ସୁନତା ସାହୁ, ଅଳକା ଦାସ୍ , ଲେଚନା ମଣ୍ଡକ, ପୁଷ୍ପାଞ୍ଜଳି ପାତ୍ର, କଳ୍ପିତା ବିଶୋଇ ଓ ସୁହାସିନି ମିଶ୍ର, ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ମହାଖୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.