ଗଞ୍ଜାମ (ଆମ ଓଡ଼ିଶା ଖବର )ଡିସେମ୍ବର ୫ରୁ ୧୫ ପର୍ଯ୍ୟନ୍ତ ଚାଲିବ”ଜଳପରି ଶୋ” ମେଳାର ମୁଖ୍ୟ ଆକର୍ଷଣ ବ୍ରହ୍ମପୁର,୪/୧୨() ସ୍ଥାନୀୟ ଉମା ଚରଣ ପଟନାୟକ ଇଞ୍ଜିନିୟରିଂ ସ୍କୁଲ୍ ପଡିଆରେ ଆୟୋଜିତ ହେବ ତୃତୀୟ ବ୍ରହ୍ମପୁର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫। ଆଜି ଠାରୁ ଅର୍ଥାତ୍ ଡିସେମ୍ବର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏଥିରେ ଦେଶ ବିଦେଶର ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରିବଟା କରାଯିବ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ (ଭୁବନେଶ୍ୱର) ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଏନେଇ ଆଜି ୟୁସିପି ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସୂଚନା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ପ୍ରଦର୍ଶକ ଏଵଂ ପରିଦର୍ଶକ ଉଭୟଙ୍କ ସକାଶେ ପ୍ରଦର୍ଶନୀରେ ଏସି ପାଭିଲିୟନ ର ବ୍ୟବସ୍ଥା କରାଯାଇଛି। ଯାହା ଆରାମଦାୟକ ଏବଂ ଶୀତତାପ ନିୟନ୍ତ୍ରିତ ପରିବେଶ ସୃଷ୍ଟି କରିବ। ଏଥିରେ ୨୨ଟି ରାଜ୍ୟ ଏବଂ ୧୦ଟି ଦେଶର ବ୍ୟବସାୟୀ ଅଂଶ ଗ୍ରହଣ କରିବେ। ୧ ଲକ୍ଷ୍ୟରୁ ଉର୍ଦ୍ଧ୍ବ ପ୍ରକାରର ବିଭିନ୍ନ ପ୍ରକାର ସାମଗ୍ରୀକୁ ଉପଲବ୍ଧ କରାଯିବ। ଯେଉଁଥିରେ ରହିଛି, କାଶ୍ମୀର ଫର୍ଣିଚର ଯଥା – ସଫା ସେଟ୍, ଡାଇନିଂ ସେଟ୍, ଝୁଲା ଇତ୍ୟାଦି। ସେହିପରି ଆଫଗାନିସ୍ତାନର ୧୦୦ ପ୍ରକାରର ଶୁଖିଲା ଫଳ(ଡ୍ରାଏ ଫୁଡ୍), ଇରାନରୁ ଇରାନୀ ଖଜୁର, ଥାଇଲାଣ୍ଡର ଜୁଏଲାରୀ ଏବଂ ଫୁଟ୍ ୱେର୍, ମହିଳା ମାନଙ୍କ ପାଇଁ କୋରିଆନ୍ ସାମଗ୍ରୀ, ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ, ପ୍ରାଚୀନ ଧାତୁ ଓ ଏଡି ପଥର ଅଳଙ୍କାର, ଇରାନୀ କାର୍ପେଟ୍, ସାରା ବିଶ୍ଵର ପ୍ରାଚୀନ ଧାତୁ ଏବଂ ପିତ୍ତଳ, ଦୁବାଇ ପୋଷାକ, ପ୍ରାଚୀନ ସାଜସଜ୍ଜା କାନ୍ଥ ଫ୍ରେମ୍, ପଶ୍ଚିମବଙ୍ଗ ଏଵଂ ଉତ୍ତରପ୍ରଦେଶର ଚମଡା ପଦାର୍ଥ, ସିଙ୍ଗାପୁର ସାମଗ୍ରୀ, ଖଦୀ, ଭାଗଲପୁର, ପଞ୍ଜାବ, ବନାରସ, ଜୟପୁର, ବାଂଲାଦେଶ ଏବଂ ସମ୍ବଲପୁରର ପୋଷାକ ଓ ଶାଢ଼ୀ, ଚମ୍ପାରଣ ମଟନ୍, ଇଲୋକ୍ଟ୍ରନିକ୍ସ, ସୌନ୍ଧର୍ୟ ସାମଗ୍ରୀ, ଉପୋଭୋକ୍ତା ସାମଗ୍ରୀ ଆଦି ବିକ୍ରିବଟା ହେବ। ଏହି ମେଳାରେ ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଜଳପରି ଶୋ ପ୍ରଦର୍ଶନୀ କରାଯିବ, ଯାହା ମୁଖ୍ୟ ଆକର୍ଷଣ ହେବ। ଏହି କାର୍ଯ୍ୟକ୍ରମ କୁ ଆକାଶ , ଶକ୍ତି ବର୍ଷା ଆସଲମ୍,ରୂପାଲି, ଆଦିତ୍ୟ,jochhnaa ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ତେବେ ଆୟୋଜିୟତ ଏହି ସାମ୍ବାଦିକ ସମ୍ମିଳନୀରେ ଗୁପ୍ତା ଈଭେଣ୍ଟର ମୁଖ୍ୟ ସୁଜିତ କୁମାର ଗୁପ୍ତା, ପାୟାଲ ଆଚର୍ଯ୍ୟ ଗୁପ୍ତା, ସହଯୋଗୀ ସଂଯୋଜକ ବୀର ବହାଦୁର ସିଂ ଏଵଂ ଜଳପରି ର ପ୍ରବନ୍ଧକ ଏମଡ଼ି ଇମ୍ରାନ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?