ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ବ୍ରହ୍ମପୁର ,୫/୧୨() ବ୍ରହ୍ମପୁର ସହରରେ ଉଦଘାଟିତ ହୋଇଯାଇଛି
ତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ । ସ୍ଥାନୀୟ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍ ପଡିଆରେ ଆୟୋଜିତ ହୋଇଥିବା ଏହି ମେଳାକୁ ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ମହାନ ସଂଘର ସଭାପତି ସୁଶାନ୍ତ ସାବତ , ବ୍ରହ୍ମପୁର ପ୍ରେସ କ୍ଳବର ସଭାପତି ଅଶୋକ କୁମାର ବ୍ରହ୍ମା, ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ, ପୂର୍ବତନ ପ୍ରେସ କ୍ଳବର ସଭାପତି ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ, ଶିବରାମ ଚୈଧୁରୀ , ଦେବହରି ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।
ରେଶମ ସହରରେ ପୂର୍ବରୁ ଆୟୋଜିତ ହୋଇଥିବା ଦୁଇଟି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ସଫଳତା ମିଳିବା ପରେ ଚଳିତଥର ତୃତୀୟଥର ପାଇଁ ବ୍ରହ୍ମପୁର ସହରରେ ପୁଣି ଥରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ ଆୟୋଜିତ ହୋଇଥିବା ବେଳେ ଚଳିତବର୍ଷ
ଦେଶ ବିଦେଶରୁ ବିଭିନ୍ନ ଷ୍ଟଲରେ ଏହି ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀର ବିକ୍ରିବଟା କରାଯିବ।
ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ (ଭୁବନେଶ୍ୱର) ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ଚଳିତଥର ପ୍ରଦର୍ଶକ ଏଵଂ ପରିଦର୍ଶକ ଉଭୟଙ୍କ ସକାଶେ ପ୍ରଦର୍ଶନୀରେ ଏସି ପାଭିଲିୟନର ବ୍ୟବସ୍ଥା ରହିଥିବା ବେଳେ ଏହା ଆରାମଦାୟକ ଏବଂ ଶୀତତାପ ନିୟନ୍ତ୍ରିତ ପରିବେଶରେ ଦେଶର ୨୨ଟି ରାଜ୍ୟ ଏବଂ ୧୦ଟି ଦେଶର ବ୍ୟବସାୟୀ ଅଂଶଗ୍ରହଣ କରିଛନ୍ତି। ଏକ ଲକ୍ଷରୁ ଉର୍ଦ୍ଧ୍ବ ପ୍ରକାରର ବିଭିନ୍ନ ପ୍ରକାର ସାମଗ୍ରୀକୁ ଉପଲବ୍ଧ ରହିଥିବା ବେଳେ ଏଥିରେ କାଶ୍ମୀର ଫର୍ଣ୍ଣିଚର ସଫା ସେଟ୍, ଡାଇନିଂ ସେଟ୍, ଝୁଲା ରହିଥିବା ବେଳେ ଆଫଗାନିସ୍ତାନର ୧୦୦ ପ୍ରକାରର ଶୁଖିଲା ଫଳ(ଡ୍ରାଏ ଫୁଡ୍), ଇରାନରୁ ଇରାନୀ ଖଜୁର, ଥାଇଲାଣ୍ଡର ଜୁଏଲାରୀ ଏବଂ ଫୁଟ୍ ୱେର୍, ମହିଳା ମାନଙ୍କ ପାଇଁ କୋରିଆନ୍ ସାମଗ୍ରୀ, ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ, ପ୍ରାଚୀନ ଧାତୁ ଓ ଏଡି ପଥର ଅଳଙ୍କାର, ଇରାନୀ କାର୍ପେଟ୍, ସାରା ବିଶ୍ଵର ପ୍ରାଚୀନ ଧାତୁ ଏବଂ ପିତ୍ତଳ, ଦୁବାଇ ପୋଷାକ, ପ୍ରାଚୀନ ସାଜସଜ୍ଜା କାନ୍ଥ ଫ୍ରେମ୍, ପଶ୍ଚିମବଙ୍ଗ ଏଵଂ ଉତ୍ତରପ୍ରଦେଶର ଚମଡା ପଦାର୍ଥ, ସିଙ୍ଗାପୁର ସାମଗ୍ରୀ, ଖଦୀ, ଭାଗଲପୁର, ପଞ୍ଜାବ, ବନାରସ, ଜୟପୁର, ବାଂଲାଦେଶ ଏବଂ ସମ୍ବଲପୁରର ପୋଷାକ ଓ ଶାଢ଼ୀ, ଚମ୍ପାରଣ ମଟନ୍, ଇଲୋକ୍ଟ୍ରନିକ୍ସ, ସୌନ୍ଦର୍ଯ୍ୟ ସାମଗ୍ରୀ, ଉପୋଭୋକ୍ତା ସାମଗ୍ରୀ ଏଥିରେ ବିକ୍ରିବଟା ହେବ। ଏପରିକି ମେଳାରେ ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଜଳପରି ସୋ ପ୍ରଦର୍ଶନୀ ନିୟମିତ ହେବାକୁ ରହିଥିବା ବେଳେ ଏହା ମୁଖ୍ୟ ଆକର୍ଷଣ ରହିବ।


ଉଦଘାଟନ କାର୍ଯ୍ୟକ୍ରମରେ ଗୁପ୍ତା ଈଭେଣ୍ଟର ମୁଖ୍ୟ ସୁଜିତ କୁମାର ଗୁପ୍ତା, ପାୟାଲ ଆଚର୍ଯ୍ୟ ଗୁପ୍ତା, ସହଯୋଗୀ ସଂଯୋଜକ ବୀର ବହାଦୁର ସିଂ ଏଵଂ ଜଳପରି ର ପ୍ରବନ୍ଧକ ଏମଡ଼ି ଇମ୍ରାନ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଆକାଶ , ଶକ୍ତି ବର୍ଷା ଆସଲମ୍,ରୂପାଲି, ଆଦିତ୍ୟ, ଜ୍ୟୋତ୍ସ୍ନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସହଯୋଗ କରିଥିଲେ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!