ପୁରୀ: ୧୯୭୮ବ୍ୟାଚ ମାଟ୍ରିକ ବନ୍ଧୁ ମିଳନ l

ପୁରୀ (ଆମ ଓଡ଼ିଶା ଖବର ) ପୁରୀ ଜିଲ୍ଲା ଡେଲାଙ୍ଗ ୦୮-୧୨-୨୫ ଡେଲାଙ୍ଗ ବ୍ଲକ ସ୍ଥିତ ଘୋରଡ଼ିଆ ଉଚ୍ଚ ବିଦ୍ୟାଳୟ ୧୯୭୮ ବ୍ୟାଚ ମାଟ୍ରିକ  ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କଅଁଳ ପଡା ସ୍ଥିତ ଖଣ୍ଡୁଆଳ ଠାକୁରାଣୀଙ୍କ ପୀଠରେ  ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପ୍ରାକ୍ତନ ଛାତ୍ର ତଥା ସାକ୍ଷୀଗୋପାଳ ସ୍ଥିତ  ଉତ୍କଳମଣି ସ୍ମୃତି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରତିକାନ୍ତ ପରିଡାଙ୍କ ସଭାପତିତ୍ୱରେ   ବନ୍ଧୁ ମିଳନ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ଦିବଂଗତ ସହପାଠୀ ଓ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ। ଉତ୍ସବରେ ସମ୍ମାନୀୟ ଅତିଥି ଭାବେ   ସେତବେଳେ ଶିକ୍ଷଦାନ କରୁଥିବା ଘୋରଡ଼ିଆ ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ ଓ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କୁ ଉପଢୌକନ ଦେଇ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ବୟାସାଧିକ ଯୋଗୁଁ ଆସିପାରିନଥିବା ଶିକ୍ଷକ ମହେନ୍ଦ୍ର ଶ୍ରୀଚନ୍ଦନଙ୍କ ବସଭବନକୁ ଯାଇ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାକ୍ତନ ଛାତ୍ର ଜାଗେଶ୍ୱର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଚ୍ୟୁତାନନ୍ଦ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ଧ୍ରୁବ ସାମନ୍ତସିଂହାର , ଅକ୍ଷୟ ସାମନ୍ତସିଂହାର, ବଳରାମ ବାରିକ, ପ୍ରଫୁଲ ପାଇକରାୟ, ପ୍ରଫୁଲ ମହାରଣା, ଲଷ୍ମୀଧର ପରିଡା, ରମେଶ ପାଟଶାଣି ଓ ସାମ୍ବାଦିକ ନୀଳାମ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୀଳାମ୍ବର ମିଶ୍ର ଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!