ରାଜସୁନାଖଳା : ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ -୨୦୨୫ ସୋମବାର ମହୋତ୍ସବ ପଡ଼ିଆରେ ଉଦଘାଟିତ ହୋଇଯାଇଛି। ବୋଲଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉଦଘାଟକ ଭାବେ ଯୋଗଦେଇ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଭୁ ଜଗନ୍ନାଥ ଓ ମା କାଉଁରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସାଧାରଣ ସଭାରେ ସ୍ଥାନୀୟ ଯୁବ ସରପଞ୍ଚ ତଥା ମହୋତ୍ସବ ପ୍ରତିଷ୍ଠାତା ଓ ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ରଣପୁର ତହସିଲଦାର ଡ଼ଃ ଅର୍ଯ୍ୟ କୁମାର ସର୍ବଦମନ , ସମ୍ମାନିତ ବିଡ଼ିଓ ମନୋଜ ନାୟକ, ନୟାଗଡ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ଏସ ଡି ପି ଓ ଦୀପ୍ତିକାନ୍ତ ସାହୁ, ଆଇ ଆଇ ସି ଆଶିଷ ଦେବ ସାହୁ, ସମାଜ ସେବୀ ସୂର୍ଣ୍ଣପ୍ରକାଶ ରାଉତ ରାୟ, ଶିଳ୍ପପତି ସମ୍ବିଦ କୁମାର ସାହୁ,ସାମ୍ବାଦିକ ଶିବରାମ ମହାପାତ୍ର, ଆବାହକ ମହୋତ୍ସବ କମିଟି ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ ।କାର୍ଯ୍ୟକ୍ରମରେ ପୂର୍ବାହ୍ନରେ ମା କାଉଁରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ପଟୁଆରରେ ମହୋତ୍ସବ କୁ ଆଣି ଆସ୍ଥାନ କରିଥିଲେ । ଏହି ମହୋତ୍ସବ ସ୍ଥାନୀୟ ଲୋକ କଳା, ପରମ୍ପରା, ପ୍ରତିଭା ଆଦି ବିଭିନ୍ନ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ରାଜ ସୁନାଖଳା ମହୋତ୍ସବକୁ ସ୍ଥାନୀୟ ସରପଞ୍ଚ ତଥା ପ୍ରତିଷ୍ଠାତା ଶ୍ରୀ ପ୍ରଧାନଙ୍କ ସହ ରାଜ ସୁନାଖଳାର ଯୁବକ, ଗୁଣି ଜ୍ଞାନୀ , ବିଦ୍ୱାନ ମଣ୍ଡଳୀ, ବ୍ୟବସାୟୀ , ସ୍ଥାନୀୟ ଜନ ସାଧାରଣଙ୍କ ସହ ଯୋଗରେ ଷଷ୍ଠ ବର୍ଷରେ ମହୋତ୍ସବ ପଦାର୍ପଣ କରିଛି । ବିଭିନ ପ୍ରକାର ର ଖାଦ୍ୟ ଷ୍ଟଲ୍, ଘରୋଇ ଉପକରଣ, ଦୋଳି ଆଦିର ଦୋକାନ ମାନ ଉତ୍ସବକୁ ଅତି ରଞ୍ଜିତ କରିବା ସହ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଛି ! ଆରମ୍ଭରୁ ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ଓ ଜ୍ଞାନ ପରୀକ୍ଷା ନିମିତ୍ତ ଶିକ୍ଷକ ବଲଭ ପ୍ରଧାନଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରଶ୍ନ ର ସଠିକ୍ ଉତ୍ତର ପ୍ରଦାନକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଖଞ୍ଜଣି ବାଦ୍ୟ ସହ ଭଜନ କୀର୍ତ୍ତନ, ପାଲା , ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ କୁଳାସର, ଆଦର୍ଶ ବିଦ୍ୟାଳୟ ପିଚୁକୁଳି ଆଦି ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଗୀତ,କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.