ଜଟଣୀ: “ଆମ ଓଡ଼ିଶା ଖବର” ଗୁରୁବାର ୧୧ ଡିସେମ୍ବର ଦିନ ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ଭବନ ସେବା କେନ୍ଦ୍ରରେ ରାଜଯୋଗିନି ଡଃ କମଲେଶ ଦିଦିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଜାପିତ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଜ୍ଞାନକୁ ଉତ୍କଳ ଧରଣୀରେ ସର୍ବପ୍ରଥମେ ୧୯୭୩ରେ ବିଜୟରୋପଣ କରିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର କମଲେଶ ଦିଦୀଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ସେଇ ଦିବ୍ୟ ପବିତ୍ର ଆତ୍ମା ତା:୨୨/୧୧/୨୦୨୫ ରିଖ ପୂର୍ବାହ୍ନ ୧୦ ଘଟିକା ୪୦ ମିନିଟ୍ ସମୟରେ ୮୬ ବର୍ଷ ବୟସରେ କଟକ ସ୍ଥିତ ଝାଜିରିମଙ୍ଗଳା ସେବା କେନ୍ଦ୍ରର ନିର୍ଦ୍ଦେଶକା ଭାବେ କାର୍ଯ୍ଯକରି, ସେହିଠାରେ ନିଜର ପାର୍ଥିବ ଶରୀର ପରିତ୍ୟାଗ କରିଥଲେ। ସେ ୫୦ ବର୍ଷ ତଳେ ଇଶ୍ଵରୀୟ ଜ୍ଞାନର ବିଜୟରୋପଣ କରିଥିଲେ ତାହା ଆଜି ସାରା ଓଡ଼ିଶାରେ ବିଶାଳ ବଟବୃକ୍ଷରେ ପରିଣତ ହୋଇପାରିଛି। ଆଜି ଓଡିଶାର ପ୍ରତ୍ୟେକ ସହର ଗ୍ରାମରେ ଈଶ୍ୱରୀୟ ସେବା କେନ୍ଦ୍ରମାନ ଗଢ଼ି ଉଠିଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଟଣୀ ସେବାକେନ୍ଦ୍ରର ସଂଚଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ସଭାପତିତ୍ଵ କରି ଡକ୍ଟର କମଲେଶ ଦିଦିଙ୍କ ସହ ବିତେଇଥିବା ସ୍ମୃତିକୁ ଉଦ୍ଜୀବିତ କରିଥିଲେ। ଏଥି ସହ ପିପିଲି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡକ୍ଟର ପ୍ରତିଭା ମହାରଥୀ ଉପସ୍ଥିତ ରହି ତାଙ୍କର ସାରଗର୍ଭକ ବକ୍ତବ୍ୟରେ ଦିବ୍ୟ ଆତ୍ମାର ସ୍ମୃତିଚାରଣ କରି ଅତୀତରେ ଅନେକବାର ତାଙ୍କର ଦିବ୍ୟ ଆଶୀର୍ବାଦ ଲାଭ କରିଥିବା ବିଷୟ ଉଲ୍ଲେଖ କରିଥିଲେ। ଏହି କାର୍ଯକ୍ରମ ରେ ଜଟଣୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ମହନ୍ତ ତଥା ବ୍ରହ୍ମାକୁମାର ଅଶୋକ ଭାଇ, ରବି ଭାଇ, କୈଳାଶ ଭାଇ, ସରୋଜ ଭାଇ, ଗୌରାଙ୍ଗ ଭାଇ, ମଧୁସୂଦନ ଭାଇ ଆଦି ଡକ୍ଟର କମଲେଶ ଦିଦିଙ୍କର ସ୍ମୃତି ଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଟଣୀର ବହୁ ବୁଦ୍ଧିଜୀବୀ, ମାନ୍ଯଗଣ୍ଯ ବ୍ୟକ୍ତି, ସ୍ଥାନୀୟ ଅଂଚଳର ୩୦୦ରୁ ଊର୍ଦ୍ଧ୍ବ ବ୍ରହ୍ମା କୁମାର ଭାଇ ଓ ଭଉଣୀ ମାନେ ଯୋଗଦାନ କରିଥିଲେ। ବ୍ରହ୍ମକୁମାର ମଳୟ ଭାଇ, ଶ୍ରୀପତି ଭାଇ , ସୁଶାନ୍ତ ଭାଇ, ଅକ୍ଷୟ ଭାଇ ଓ ରାଜା ଭାଇ ଏହି କାର୍ଯକ୍ରମ ରେ ସହଯୋଗ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜଟଣୀ ପୁସ୍ତକ ମେଳାର ତୃତୀୟ ଦିନରେ ମହା ସମାରୋହ।
ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।