ଖୋର୍ଦ୍ଧା “ଆମ ଓଡିଶା ଖବର” ୧୩ ଡିସେମ୍ବର, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଶିକ୍ଷାବ୍ଲକ ସ୍ଥିତ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ କ୍ରସ ୟୁନିଟ ତରଫରୁ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧକ୍ଷା ବନଶ୍ରୀ ରାଉତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଅଧକ୍ଷା ଶ୍ରୀମତୀ ରାଉତରାୟ ସ୍ବେଛାସେବୀ ମାନଙ୍କୁ କହିଥିଲେ

ସ୍ୱଚ୍ଛତା ହିଁ ସେବା, ପରିବେଶ ସ୍ୱଛତା ଉପରେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ହେଉଛି ଆମର ମନ୍ଦିର ତେଣୁ ତାହାର ରକ୍ଷଣା ବେକ୍ଷଣ ଦ୍ୟାୟିତ୍ୱ ମଧ୍ୟ ଆମର। କଲେଜର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଗଙ୍ଗାଧର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କିଭଳି ଭଲ ମଣିଷ ହୋଇ, ସମାଜର ସ୍ୱଚ୍ଛତାକୁ ବଜାୟ ରଖିବା ସହିତ ସେବା ମନୋଭାବକୁ ଦୃଢ଼ୀଭୂତ କରିବା କଥା ନିଜର ବକ୍ତବ୍ଯ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ କଲେଜର ଅଧ୍ୟାପକ ଅନିଲ କୁମାର ସୁବୁଦ୍ଧି, ମନୋଜ କୁମାର ସାମନ୍ତରାୟ, ଶ୍ରୀମତୀ ଜୟଶ୍ରୀ ଦାସ, ଆରତୀ ମିଶ୍ର, ନିରୁପମା ମହନ୍ତ ପ୍ରଭୃତିଙ୍କ ସହ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଯୁବ ରେଡ କ୍ରସ କାଉନସିଲର ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବସ୍ତି ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l