ଆଇପିଏସ ଅମିତାଭ ଠାକୁରଙ୍କୁ ରେଳ ଗାଡିରୁ ଉଠାଇ ନେଲା ୟୁପି ପୋଲିସ୍।

ଉତ୍ତର ପ୍ରଦେଶର “ଆମ ଓଡ଼ିଶା ଖବର” ପୂର୍ବତନ ବରିଷ୍ଠ ପୋଲିସ ଅଫିସର ଅମିତାଭ ଠାକୁର (ଆଇପିଏସ) ଙ୍କୁ ପୋଲିସ ଉଠାଇ ନେଇ ଜେଲ୍ ରେ ଫୋପାଡି ଦେଇଛି। କାଲି ଯେତେବେଳେ (ଆଇପିଏସ) ଟ୍ରେନରେ ଲକ୍ଷ୍ନୌରୁ ଦିଲ୍ଲୀ ଯାତ୍ରା କରୁଥିଲେ, ଅଧା ବାଟରେ ଶାହାଜହାଁପୁର ଠାରେ ଟ୍ରେନ୍ ଭିତରୁହିଁ ସାଦା ପୋଷାକରେ ଥିବା ୟୁପି ପୋଲିସ ତାଙ୍କୁ ଟେକିନେଲା। କିଛି ଦିନ ତଳେ ଦେବରିୟାରେ ତାଙ୍କ ବିରୋଧରେ ଏତଲା ଦିଆ ଯାଇଥିଲା। ସୂଚନା ଯୋଗ୍ୟ ଯେ ଯୋଗୀ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ପୂର୍ବରୁ ମଧ୍ଯ ତାଙ୍କୁ ଗିରଫ କରାଯାଇଥିଲା। ଏବେ ସେ ଦୁର୍ନୀତି ବିରୋଧରେ ବାରମ୍ବାର କହି ରାଜ୍ୟ ସରକାରକୁ ଅଡୁଆରେ ପକାଇ ଆସୁଥିଲେ। ପୋଲିସ୍ ତାଙ୍କୁ ଧକ୍କା ମାରି ଗାଡ଼ିରେ ପୁରାଇ ଦେଲା, ତାଙ୍କ ଫୋନ୍ ଛଡାଇ ନେଲା ଏବଂ ତାଙ୍କ ଟୁଇଟର ଏକାଉଣ୍ଟ୍ କୁ ବଳ ପୂର୍ବକ ଅଚଳ କରିଦେଲା। ସେ କାନପୁରର ବିବାଦୀୟ ଅଧିବକ୍ତା ଅଖିଳେଶ ଦୁବେଙ୍କର ସମ୍ପତ୍ତିର ତଦନ୍ତ କରିବାକୁ ଦାବି କରିଥିଲେ। ଏ ନେଇ ସେ ପୋଲିସ କମିଶନରଙ୍କୁ ଚିଠି ବି ଲେଖିଥିଲେ। ସାକେତ ନଗର ପାର୍କ ସନ୍ନିକଟ ଜମି ବେଆଇନ୍ ଭାବେ ଦଖଲ କରି କିଶୋରୀ ବାଟିକା ଗେଷ୍ଟ ହାଉସ ନିର୍ମାଣ କରିବା ଓ ଅଖିଳେଶ ଦୁବେର ଅଫିସ୍ ଆବଣ୍ଟନର ତଦନ୍ତ ଦାବି କରିବା ସହ ଅବୈଧ ରୂପେ ଚାଲିଥିବା ବୃଜକିଶୋରୀ ଦୁବେ ସ୍କୁଲର ମଧ୍ଯ ତଦନ୍ତ ଦାବି କରିଥିଲେ। ସମସ୍ତ ସରକାରୀ ଜମିରୁ ଜବର ଦଖଲ ହଟାଇବାକୁ ଦାବି କରିଥିଲେ। ଉଲ୍ଳେଖ ଯୋଗ୍ୟ ଯେ ଏହି ପୋଲିସ ଅଫିସର ସମାଜବାଦୀ ପାର୍ଟି ସରକାର ଥିବା ବେଳେ ମଧ୍ଯ ସରକାରୀ ଚାକିରିରେ ଥାଇ ଆନ୍ଦୋଳନ କରୁଥିଲେ, ମାତ୍ର ଅଖିଳେଶ ଯାଦବ କେବେ ତାଙ୍କୁ ଗିରଫ କରିନଥିଲେ।

ଖୋର୍ଦ୍ଧା, ଓଡିଶାରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!