ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପିଚୁକୁଳି କଲ୍ୟାଣୀ ମଣ୍ଡପ ଠାରେ ବୋଲଗଡ ଠିକାଦାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଠିକାଦାର ମାନେ ଠିକାଦାରଙ୍କ ଦୂରାବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି କାମରେ ସରକାରଙ୍କ ଧାର୍ଯ୍ୟ ୧୪.୯୯ ପ୍ରତିଶତ କମ୍ରେ କାମକୁ ସମସ୍ତେ ବିରୋଧ କରିଥିଲେ । ସର୍ବସମ୍ମତି କ୍ରମେ ନିଷ୍ପତି ଅନୁଯାୟୀ ୧୪.୯୯ ପ୍ରତିଶତ କମରେ କେହି କାମ କରିବେ ନାହିଁ। ଯଦି ବା କାମ କରନ୍ତି ତା’ହେଲେ ତାହାର ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଦରକାର ପଡିଲେ ସଂଘ ତରଫରୁ ଦୁର୍ନୀତି ନିବାରଣ ବିଭାଗକୁ ଅଭିଯୋଗ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ପୁନଶ୍ଚ ଆଗକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଯେଉଁ ଟେଣ୍ଡର ପକାଇବେ ସେଥିରେ କାହାରି ଯେମିତି ୧୪.୯୯ ପ୍ରତିଶତ କମ୍ରେ ଟେଣ୍ଡର ନପଡ଼େ । ସେହିଭଳି ବିଭିନ୍ନ ବିଭାଗର ଯେଉଁସବୁ କାର୍ଯ୍ୟର ଟେଣ୍ଡର ପଡିବ ସେଥିରେ ମଧ୍ୟ ଠିକାଦାର ୧୪.୯୯ ପ୍ରତିଶତ କମ୍ରେ ଟେଣ୍ଡର ନପକାଇବାକୁ ନିଷ୍ପରି ହୋଇଥିଲା । ବିଶେଷକରି କୌଣସି ବିଭାଗରେ ଟେଣ୍ଡର ସ୍ପେଶାଲ ଶ୍ରେଣୀଭୂକ୍ତ – ଏ,ବି,ସି,ଡି ର ଠିକାଦାର ମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ (ସିଡ୍ୟୁଲ )ରେଟ୍ରେ ଟେଣ୍ଡର ପକାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି । ଏହା କାର୍ଯ୍ୟକାରୀ ହେଲେ ଅଞ୍ଚଳ ହେଉଥିବା କାର୍ଯ୍ୟର ଗୁଣବତ୍ତା ରହିବ ବୋଲି ଆଶା କରାଯାଇଛି । ଏହାପରେ ମାସକୁ ଥରେ ବୈଠକ କରିବା ଓ ଏହି ବୈଠକରେ କାମର ପୁଙ୍ଖାନୁପୁଙ୍ଖ କରାଯାଇ ପ୍ରସ୍ତାବ ଗୃହୀତ କରାଗଲା। ବୈଠକରେ ଠିକାଦାର ବରିଷ୍ଠ ଅକ୍ଷୟ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କମିଟି ସଦସ୍ୟ ଭାବେ ପ୍ରସନ୍ନ ସାହୁ, ଶିବାଜୀ ମଙ୍ଗରାଜ, ସୁଶାନ୍ତ କୁମାର,ସାହୁ ଇସାକ ଖାଁ, ଆକବର ଅଲ୍ଲୀ ଖାଁ, ଦିଲ୍ଲୀପ କୁମାର ସାହୁ, ଗୋପାଳ ବେହେରା, ଅବଦୁଲ ଅବିଦ୍ ଖାଁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ବେଳେ ଅଭିଜ୍ଞ ଠିକାଦାର ଗୋପାଳ କୃଷ୍ଣ ଫତେସିଂହ, ବିଶ୍ବରଂଜନ ବିଶ୍ଵାଳ, ବାନାମ୍ବର ଧଳ ଓ ଅଜିତ୍ ପାହାଡ଼ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ବୈଠକ ରେ କମିଟି ସଭ୍ୟ ମାନଙ୍କ ବ୍ୟତୀତ ବହୁ ବରିଷ୍ଠ ଠିକାଦାରଙ୍କ ସହ ଶତାଧିକ ଠିକାଦାର ଯୋଗଦେଇ ସଂଗଠନ କୁ ସୁଦୃଢ କରିବା ପାଇଁ ପ୍ରତିଜ୍ଞ। କରିଥିଲେ ।
ବୋଲଗଡ ଠିକାଦାର ସଂଘର ୧୪.୯୯ % କମ୍ରେ କାମକୁ ବିରୋଧ ।


More Stories
ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ମିଳିଲା ଜ୍ୟୋତିଷ ବିଶିଷ୍ଟ ସମ୍ମାନ l
ଜୁନିଅର ରେଡ଼କ୍ରସ ପ୍ରଦର୍ଶନୀରେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ ।
ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଦ୍ବାରା ସ୍ୱଛତା କାର୍ଯ୍ୟକ୍ରମ।