ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳର ବରିଷ୍ଠ ସମାଜସେବୀ ଓ ଟାଙ୍ଗୀ ଜଗନ୍ନାଥ ମନ୍ଦିରର ଠାକୁର ରାଜା ତଥା ଟାଙ୍ଗୀ ଜଗନ୍ନାଥ ମନ୍ଦିରର ଆଦ୍ୟ ସେବକ ଏବଂ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ହେଉଛନ୍ତି ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ । ଶ୍ରୀଯୁକ୍ତ ଜଗଦ୍ଦେବ ରାଜ୍ୟ ସରକାରଙ୍କ ସେବା ପଦବୀରୁ ଅବସର ଗ୍ରହଣ କରିବା ପରେ ଜ୍ୟୋତିଷ ଶାସ୍ତ୍ର ଉପରେ ଗବେଷଣା କରି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସାରା ରାଜ୍ୟରେ ଓ ରାଜ୍ୟ ବାହାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି ।

ଏକ ବର୍ଣ୍ଣାଢ୍ୟ ପରିବେଶରେ ପୁରୀ ସ୍ଥିତ ପ୍ରାଇଡ ଅନନ୍ୟା ରିସର୍ଟ ପରିସରରେ ଆନ୍ତର୍ଜାତୀୟ ବେଦିକ୍ ଫେଡେରେସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଜ୍ୟୋତିର୍ବିଦ ମାନେ ସାମିଲ ହୋଇଥିଲେ । ଅତିଥି ଭାବରେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ବାସ୍ତୁବିଦ୍ ମନୋଜ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ଜ୍ୟୋତିଷ ବିଶିଷ୍ଟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜ୍ୟୋତିଷ ବିଶିଷ୍ଟ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିବା ଶ୍ରୀ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ହୋଇଥିବା ଯୋଗୁଁ ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳର ସମାଜସେବୀ , ବୁଦ୍ଧିଜୀବୀ , ସାଧାରଣ ଜନତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ଟାଙ୍ଗୀ ଅଞ୍ଚଳ ପାଇଁ ସୁଯୋଗ୍ୟ ସନ୍ତାନ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


More Stories
ଜୁନିଅର ରେଡ଼କ୍ରସ ପ୍ରଦର୍ଶନୀରେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ ।
ବୋଲଗଡ ଠିକାଦାର ସଂଘର ୧୪.୯୯ % କମ୍ରେ କାମକୁ ବିରୋଧ ।
ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଦ୍ବାରା ସ୍ୱଛତା କାର୍ଯ୍ୟକ୍ରମ।