
ବ୍ରହ୍ମପୁର ୨୦|୧୨,
ଆମେ ଆପଣଙ୍କୁ ଜଣାଇବାକୁ ଆନନ୍ଦିତ ଯେ, ଆମେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଦ୍ବିତୀୟ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ (ଦିବା ଓ ରାତ୍ରି) ଆୟୋଜନ କରୁଛୁ । ଏହା ଏକ ସର୍ବ ଭାରତୀୟ -ସ୍ତରୀୟ କ୍ରୀଡା ଆୟୋଜନ ଯାହାର ଉଦ୍ଦେଶ୍ୟ କ୍ରୀଡାମନୋଭାବ, ଯୁବ ସଂଲଗ୍ନତା ଏବଂ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା
ପ୍ରଥମ ସଂସ୍କରଣର ଅପୂର୍ବ ସଫଳତା ପରେ, ଏହି ବର୍ଷର ଟୁର୍ଣ୍ଣାମେଣ୍ଟ ଆହୁରି ବଡ଼ ଓ ପ୍ରଭାବଶାଳୀ ହେବ ବୋଲି ଆମେ ଆଶା କରୁଛୁ, ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଦଳ ଭାଗ ନେବେ ,ଏହି ଟୁର୍ଣ୍ଣାମେଣ୍ଟ ୨୫ ଡିସେମ୍ବର ୨୦୨୫ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ, ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ହେବ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଐତିହ୍ୟକୁ ସମ୍ମାନ ଜଣାଇବା ସହିତ ଯୁବପିଢ଼ି ମଧ୍ୟରେ ଏକତା, ଶିଷ୍ଟାଚାର ଓ କ୍ରୀଡାମନୋଭାବକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛୁ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୨ ଟି ଦଳ ମଧ୍ୟରୁ ରାଜ୍ଯ ଭିତରୁ ୧୦ ଟି ଦଳ ଓ ରାଜ୍ଯ ବାହାରୁ ୨ ଟି ଦଳ ପଶ୍ଚିମବଙ୍ଗ ଏବଂ ଛତ୍ତିଶଗଡ଼ ରୁ ୧ ଟି ଲେଖାଏଁ ଦଳ ଆମକୁ ଖେଳିବା ପାଇଁ ସହମତି ଜଣାଇଛନ୍ତି ଏବଂ ଏହି ଟୁର୍ଣ୍ଣାମେଣ୍ଟ ରେ ବହୁ ରଞ୍ଜି ଓ ଆଇ ପି ଏଲ୍ ଖେଳାଳି ମାନେ ଅଂଶଗ୍ରହଣ କରିବେ, ୧୧ ଟି ମ୍ୟାଚ ଅନୁଷ୍ଠିତ ହେବ
। ଏହି ଟୁର୍ଣ୍ଣାମେଣ୍ଟ ରେ ବିଜେତା ଦଳକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ଏବଂ ଉପବିଜେତା ଦଳ କୁ ଟ୍ରଫି ସହ ପଚାଶ ହଜାର ଟଙ୍କା ଅର୍ଥରାଶି ସହ ପ୍ରତିଦିନ ମ୍ୟାନ ଅଫ ଦ ମ୍ୟାଚ ଏବଂ ଅନ୍ୟ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆଯିବ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଆକର୍ଷଣ ପ୍ରଥମ ଥର ପାଇଁ ଡି ଆର୍ ଏସ୍ (Decision review system)ଆୟୋଜନ କରାଯାଉ ଅଛି। ଆଜି ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ଆୟୋଜକ କମିଟି ର ଅଧ୍ୟକ୍ଷ ଶ୍ରୀ କେ ଅନିଲ କୁମାର ସୂଚନା ଦେଇଛନ୍ତି , ଏହି ସମ୍ମିଳନୀରେ ଆୟୋଜକ କମିଟି ର ସମ୍ପାଦକ ପ୍ରଦୀପ ନାୟକ, କାର୍ଯ୍ୟକାରି ସଭାପତି ପାର୍ଥ ପାଢୀ, ପରିଚାଳନା କମିଟି ର ସଦସ୍ୟ ଶିବ ପ୍ରସାଦ ଦାସ, ପରିଚାଳନା କମିଟିର ଉପଦେଷ୍ଟା ରାଜୁ ରେଡି ,ବିଧାୟକ ଙ୍କ ମିଡିଆ ସଂଯୋଜିକା ସ୍ମିତାଲି ସ୍ମୃତି ସ୍ନିଗ୍ଧା ଉପସ୍ଥିତ ଥିଲେ । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଦିତୀୟ T20 କ୍ରିକେଟ ଟୁର୍ନାମେଣ୍ଟକୁ ଏକ ଭବ୍ୟ ସଫଳତା କରିବା । ଟୁର୍ଣ୍ଣାମେଣ୍ଟ ର ଶେଷ ଦିନ ବର୍ଷ ର ଶେଷ ଦିବସ ତେଣୁ ବିଧାୟକ ଙ୍କ ତରଫରୁ ବ୍ରହ୍ମପୁର ବାସୀ ଙ୍କ ପାଇଁ ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ, ଏହି କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରନ୍ତୁ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ରଶ୍ମିରଞ୍ଜନ
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ବିଦାୟକାଳୀନ ସଭା ପାଳିତ
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ବିଦାୟକାଳୀନ ସଭା ପାଳିତ