କୋଦଳା, (ଆମ ଓଡିଶା ଖବର):କରୋନା ମହାମାରୀ ସମୟରେ ନିଜ ଜୀଵନକୁ ବାଜି ଲଗାଇ ସମାଜରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ ନିରନ୍ତର ସେବା ଯୋଗାଇ ଅନେକ ବହୁମୂଲ୍ୟ ଧନ ଜୀଵନ ରକ୍ଷା କରି ଚର୍ଚ୍ଚାରେ ରହି ଆସିଥିବା ଯୁବ ସମାଜସେବୀ ରଶ୍ମିରଞ୍ଜନ ପଣ୍ଡାଙ୍କୁ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଯାତ୍ରା କମିଟି ପକ୍ଷରୁ ମାନପତ୍ର ଦେଇ ସନମାନିତ କରାଯାଇଛି । କୋଦଳାର ଯୁବଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ସୂର୍ଯ୍ୟ ମନ୍ଦିର ଯାତ୍ରା ମଞ୍ଚରେ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯାତ୍ରା କମିଟିର ସଭାପତି ଶ୍ରୀ ଚିତ୍ରସେନ ପରିଡା, ସମ୍ପାଦକ କୁନା ସାହୁଙ୍କ ସମେତ ଯାତ୍ରା କମିଟି ର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏ ନେଇ ରଶ୍ମି ରଞ୍ଜନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?